ଗୋପ: ସାରା ଦେଶ କରୋନା ଆତଙ୍କକୁ ନେଇ ଭୟଭୀତ ଥିବା ବେଳେ ଏହାକୁ ନେଇ ସବୁଆଡେ ସତର୍କତା ପଦକ୍ଷେପ ସରକାର ନେଉଛନ୍ତି । ଏପରିକି ସୁରକ୍ଷା ଦାୟିତ୍ୱରେ ଡ଼କ୍ଟର ଓ କର୍ମ·ରୀ ଦିନ ରାତି ଚିକିତ୍ସା ପାଇଁ ପ୍ରସ୍ତୁତ ରହିଛନ୍ତ । ଲୋକଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କର୍ମୀ ଙ୍କ ଉତ୍ସର୍ଗୀକୃତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ବାଲୁକା କଳାରେ ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକୟ ପୁରୀ ବେଳାଭୂମିରେ ଡ଼କ୍ଟରଙ୍କ ପ୍ରତିକୃତିକୁ ସ୍ଥାନ ଦେବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସେହିପରି ସରକାରଙ୍କ ଗାଇଡ଼ ଲାଇନ ପାଳନ କରିବା ସହ ଅଯଥାରେ ଆତଙ୍କିତ ନ ହୋଇ ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ନ ବାହାରି ବାକୁ ସେ ବାର୍ତା ଦେଇଛନ୍ତି ବଲୁକା କଳାରେ । ସେହିପରି କରୋନାକୁ ଆଲର୍ଟ ରହିବା ଉଚିତ ବୋଲି ବାର୍ତା ମଧ୍ୟ ଦେଇଛନ୍ତି ବଲୁକାକଳାରେ ।
previous post