Uncategorized

ଏପ୍ରିଲ ୨ ପର୍ଯ୍ୟନ୍ତ ରାଣା କପୁରଙ୍କ ଇଡି ମିଆଦ ବୃଦ୍ଧି

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ସ୍ୱତନ୍ତ୍ର କୋର୍ଟ ଆଜି ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କୁ ଏପ୍ରିଲ ୨ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି । ଏହା ମାର୍ଚ୍ଚ ୧୬ ତାରିଖରେ ଏକ ସ୍ୱତନ୍ତ୍ର କୋର୍ଟ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଇଡିର ହାଜତ ମିଆଦ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଜାରି କରିଥିଲେ । ଏହି ମିଆଦ ଶେଷ ହେବା ପରେ ସ୍ୱତନ୍ତ୍ର କୋର୍ଟରେ ଆଜି ରାଣାଙ୍କୁ ଉପସ୍ଥାପିତ କର।।ଯାଇଥିଲା । ମାର୍ଚ୍ଚ ୭ ତାରିଖରେ ରାଣାଙ୍କୁ ଯାଞ୍ଚ ଏଜେନ୍ସି ଗିରଫ କରିଥିବା ବେଳେ ତାଙ୍କୁ ଇଡି ହାଜତକୁ ଯାଞ୍ଚ ପାଇଁ ପ୍ରାରମ୍ଭିକ ଅବସ୍ଥାରେ ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ କୋର୍ଟ ପଠାଇଥିଲା । ୟେସ ବ୍ୟାଙ୍କ ଓ ଡିଏଚଏଫଏଲ ଅର୍ଥ ଅନିୟମିତତାକୁ ନେଇ ଏହା ପରେ ଇଡି କୋର୍ଟଙ୍କୁ ଆଉ ୫ ଦିନର ହାଜତ ମିଆଦ ବଢାଇବାକୁ ମୌଖିକ ଅପିଲ କରିଥିଲା ।

Related posts

ତାମିଲ ନ୍ୟୁଜ ଚ୍ୟାନେଲର ୨୫ କରୋନା ଆକ୍ରାନ୍ତ

mahabharatanews

ଗରିବଙ୍କ ସ୍ୱାସ୍ଥ୍ୟର ଉନ୍ନତି କ୍ଷେତ୍ରରେ ଯୁବପିଢିଙ୍କ ଭାଗିଦାରିତାକୁ ମୋଦିଙ୍କ ଆହ୍ୱାନ

mahabharatanews

କରୋନା ଭାଇରସରୁ ରକ୍ଷା ପାଇଁ ହ୍ୟାଣ୍ଡ ସାନିଟାଇଜର କେତେ ପ୍ରଭାବୀ ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

mahabharatanews