(ମହାଭାରତ, କଟକ): ମାର୍ଚ୍ଚ ୨୨ ତାରିଖ ରବିବାର ଦିନ ଅର୍ଥାତ ଆସନ୍ତାକାଲି ହେବାକୁ ଥିବା ‘ଜନତା କର୍ଫ୍ୟୁ’କୁ ଦୃଷ୍ଟିରେ ରଖି କଟକ ଛତ୍ରବଜାର ଓ ମାଲଗୋଦାମ ବନ୍ଦ ରହିବ । ଦେଶରେ କରେ।।ନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ନେଉଥିବା ପଦକ୍ଷେପକୁ ସମର୍ଥନ ଜଣାଇ ଏପରି ନିଷ୍ପତ୍ତି ନିଆଯାଇଥିବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମୁକାବିଲା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ । ସେଥିପାଇଁ ଆସନ୍ତାକାଲି ଛତ୍ରବଜାର ବନ୍ଦ ରହିବ । ସସ୍ତ ବ୍ୟବସାୟୀମାନେ ଏଥିରେ ସହଯୋଗ କରୁଛନ୍ତି ବୋଲି ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫୁ ଡାକରାକୁ ସମର୍ଥନ ଜଣାଇ ଲୋକେ ଆଜି ଠାରୁ ଘର ପାଇଁ ପରିବା ନେଇଯାଉଥିବା ଦେଖିବାକୁ ମିଳିଛି । ଛତ୍ରବଜାର ଭଳି ଆସନ୍ତାକାଲି ମାଲଗୋଦାମ ମଧ୍ୟ ବନ୍ଦ ରହିବ । କଟକ ଚ୍ୟାମ୍ବର ଅଫ କମର୍ସର ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ଏନେଇ ସୂଚନା ଦେଇଛନ୍ତି ।
previous post
next post