ଓଡିଶା

ଭାରସାମ୍ୟ ହରାଇ ଯୋରରେ ପଡିଲା ଆମ୍ବୁଲାନ୍ସ

ଔପଦା: ବାଲେଶ୍ୱର ଜିଲ୍ଲା ଔପଦା ବଜାର ନିକଟ ୟୁକୋ ବ୍ୟାଙ୍କ ନିକଟ ରାସ୍ତାରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସଟି ରାସ୍ତାରୁ ଖସି ରାସ୍ତା ଗଡରେ ଥିବା ଯୋରରେ ପଡ଼ିଛ । ଗତକାଲି ରାତିରେ ଏହି ଆମ୍ୱୁଲାନ୍ସଟି ଔପଦା ଡାକ୍ତରଖାନାରୁ ଜଣେ ରୋଗୀଙ୍କୁ ନେଇ ଯାଇଥିଲା । ଡାକ୍ତରଖାନାରେ ରୋଗୀଙ୍କୁ ଛାଡି ସେଠାରୁ ଫେରୁଥିବା ବେଳେ ଡ୍ରାଇଭର ଗାଡି ଉପରକୁ ହଠାତ ଭାରସାମ୍ୟ ହରାଇ ବସିଥିଲେ । ଫଳରେ ଆମ୍ବୁଲାନ୍ସଟି ଓଲଟି ପଡ଼ିଥିଲା । ଏଥିରେ କେବଳ ଡ୍ରାଇଭର ଥିଲେ ଓ ଦୁର୍ଘଟଣା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ରହିଛି ।

Related posts

ଶିକ୍ଷକ ଓ ବିଭିନ୍ନ ମହିଳା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

mahabharatanews

କୋଭିଡ-୧୯ରେ ନାମ ପଞ୍ଜିକରଣକୁ ନେଇ ଆଶାକର୍ମୀଙ୍କୁ ମାଡ

mahabharatanews

ଶ୍ରୀଜଗନ୍ନାଥ ବିମାନବନ୍ଦର; ପାଚେରି ବୁଲା କାମ ଶେଷ

mahabharatanews