ଓଡିଶା

ବ୍ୟାଣ୍ଡପାର୍ଟି ଗାଡି ଓଲଟି ୯ ଗୁରୁତର

କୋକସରା: କଳାହାଣ୍ଡି ଜିଲ୍ଲାରେ ଏକ ବ୍ୟାଣ୍ଡପାର୍ଟିର ଗାଡି ଓଲଟି ପଡିପଡିଛି ।କୋକସରା ଥାନା ଅଧୀନ ଲଡୁଗାଁଠାରେ ଏହି ଦୁର୍ଘଟଣା ଘଟିଛି । ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ନଅ ଜଣଙ୍କ ଅବସ୍ଥା ଗୁରୁତର ରହିଛ । ସମସ୍ତଙ୍କୁ ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ନଅ ଜଣ ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ଚିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ, ବ୍ୟାଣ୍ଡପାର୍ଟି ଗାଡ଼ିଟି ଲୋକମାନଙ୍କୁ ନେଇ ସୁପାଡ ଗାଁରୁ ଭାଲିଆ ଯୋରକୁ ବିବାହ ପାଇଁ ଯାଇଥିଲା । ଗତକାଲି ସନ୍ଧ୍ୟାରେ ବିବାହ କାର୍ଯ୍ୟରେ ଯୋଗ ଦେଇ ଫେରିଲା ବେଳେ ଲଡୁଗାଁଠାରେ ଗାଡିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଗାଡ଼ିରେ ୨୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

Related posts

ଶୀଘ୍ର ପୁଲିସ ଜାଲରେ ଆସିବ: ପୁଲିସ କମିଶନର

mahabharatanews

ଏଣିକି ଥାନାକୁ ଆସୁଥିବା ଅଭିଯୋଗର ତଦାରଖ କରିବେ ଏସପି ଓ ଡିଏସପି

mahabharatanews

 ବିକ୍ରି ହୋଇପାରିବ ପାଞ୍ଚ କେଜି ଗ୍ୟାସ ସିଲିଣ୍ଡର

mahabharatanews