କଳାହାଣ୍ଡି: ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ୱାନକୁ କଳାହାଣ୍ଡି ଜିଲ୍ଲା ବ୍ୟାପୀ ପାଳନ କରାଯାଇଛି । ଜିଲ୍ଲାର ସମସ୍ତ ବ୍ଲକ ଓ ଗାଁ ଗହଳିରେ ପୂର୍ଣ ଭାବରେ ନିର୍ଦ୍ଦେଶକୁ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଗାଁରୁ ସହର ସବୁଠି ସମସ୍ତ ଜନ ସାଧାରଣ ନିଜ ନିଜ ଘରେ ରହି ପାଳନ କରିଛନ୍ତି । ସଂଧ୍ୟାରେ ୫ଟାରେ ଲୋକେ ଘର ବାହାରକୁ ଆସି ତାଳି, ଘଣ୍ଟ, ଘଣ୍ଟା ବାଡେଇ ଜରୁରୀକାଳୀନ ସେବା ଯୋଗାଉଥିôବା ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଥିଲେ । କାର୍ଲମୁଣ୍ଡାର ବିଡିଓ ପ୍ରିୟଦର୍ଶିନୀ ର୍ମିଦ୍ଧ ଓ ତହସିଲଦାର ବାସନ୍ତୀ ସେଠି ସମସ୍ତ ଗାଁ ଗାଁ ବୁଲି କରୋନା ଭୂତାଣୁକୁ ନେଇ ଲୋକଙ୍କୁ ସଚେତନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
previous post
next post