ଓଡିଶା

ଦୁଷ୍ୟନ୍ତଙ୍କ ଏକ ମାସର ଦରମା କରୋନା ଫଣ୍ଡକୁ ଦାନ

ଚଣ୍ଡିଗଡ: କରୋନା କବଳରେ ଭାରତ । ଦିନକୁ ଦିନ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଦେଖି ଏବେ ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ତାଙ୍କର ଗୋଟିଏ ମାସର ଦରମା ରିଲିଫ ଫଣ୍ଡକୁ ଦାନ କରିବାକୁ ଘୋଷଣା କରିଛନ୍ତି । ଏହାସହ ସେ ତାଙ୍କର ଅନ୍ୟ ସହଯୋଗୀ ଓ ଅଧିକାରୀମାନଙ୍କୁ ଏଥିରେ ଯୋଗ ଦେବାକୁ କହିଛନ୍ତି । ଏହା ପୂର୍ବରୁ ପଞ୍ଜାବ ଭିଜିଲାନ୍ସ ବ୍ୟୁରୋର ଅଧିକାରୀମାନେ ମଧ୍ୟ ସେମାନଙ୍କର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲଫ ଫଣ୍ଡକୁ ଦାନ କରିବାକୁ ଘୋଷଣା କରିଥିଲେ । ସବୁ ଭାରତୀୟ ଏକାଠି ହୋଇ କୋଭିଡ-୧୯ ସହ ଲଢିବାକୁ ଅଣ୍ଟା ଭିଡିଥିବା ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ।

Related posts

‘ଆମ ଘର ଆମ ହାଣ୍ଡିଶାଳର ଦ୍ୱିତୀୟ ସଂସ୍କରଣ ଲୋକାର୍ପିତ

mahabharatanews

କରୋନା ରୋକିବା ଦିଗରେ ହିଞ୍ଜିଳିକାଟୁ ପ୍ରଶାସନ ତତ୍ପର

mahabharatanews

ସ୍ୱଚ୍ଛ ସାଥୀ ମହିଳା କର୍ମଚାରୀଙ୍କୁ ଅସଦାଚରଣ

mahabharatanews