ଅପରାଧ

ସ୍ତ୍ରୀ ହତ୍ୟା କରି ତିନିଦିନ ଘରେ ରଖିଥିଲା ସ୍ୱାମୀ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ପେଟୁର ପଞ୍ଚାୟତ ଅନ୍ତର୍ଗତ ଫୁଲଗୁଡା ଗ୍ରାମ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଅଛି । ଗତ ଶନିବାର ସ୍ତ୍ରୀକୁ ହତ୍ୟାକରି ଦୀର୍ଘ ତିନିଦିନ ଧରି ଘରେ ରଖିଥିଲା ସ୍ୱାମୀ ।

ପଟାଙ୍ଗି ଥାନା ଭାରପ୍ରାପ୍ତ ଅଧିକାରୀ ଆଇ ଆଇ ସି ବିଜୟ ରାଜ ମାଝୀଙ୍କ ସୂଚନା ଅନୁଯାଇ ସ୍ତ୍ରୀ ଲିମାଇ ସିଂଦେରି(୨୨) ଏବଂ ସ୍ୱାମୀ ଜଗନ୍ନାଥ ସିଂଦେରି (୨୫) ଦୁହେଁ ମିଶି ଶନିବାର ପୁକାଲି ହାଟ ଯାଇ ଫେରିବା ପରେ ରାତ୍ର ସମୟରେ କୌଣସି କାରଣ ବଶତଃ ନିଜ ସ୍ତ୍ରୀଙ୍କୁ ଧାନ କୁଟା ଢ଼ିଙ୍କିରେ ମାରିଦେଇଥିଲା ଓ ଘରେ ମୃତଦେହକୁ ପକାଇ ରଖିଥିଲା । ସୂଚନାପାଇ ପଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତ ଶରୀରଟିକୁ ଜବତ କରିବା ସହ ଅସାମୀକୁ ପଟାଙ୍ଗି ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ଖବର ପାଇ ମୃତାଙ୍କ ଭାଇ ପୁକାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡେଇ ଗ୍ରାମର ଇନ୍ଦ୍ର ମାଣ୍ଡାଲ ଏକ ଲିଖିତ ଅଭିଯୋଗ ପ୍ରଦାନ କରିବା ବେଳେ ଏନେଇ ଏକ ଏତଲା ରୁଜୁକରିବା ସହ ତଦନ୍ତ ଜାରି ରଖିଥିବା ଆଇ ଆଇ ସି ଶ୍ରୀ ବିଜୟରାଜ ମାଝୀ ସୂଚନା ପ୍ରଦାନ କରିଛନ୍ତି ।

Related posts

୪ ଦିନିଆ ଭିଜିଲାନ୍ସ ହାଜତକୁ ଗଲେ ବିରଞ୍ଚି

mahabharatanews

ବଳି ପଡିଲା ଆଉ ଜଣେ ମୁମ୍ବାଇ ନିର୍ଭୟା

mahabharatanews

ଦେଢ କେଜିର ବ୍ରାଉନସୁଗାର ଜବତ, କୁଖ୍ୟାତ ବ୍ରାଉନସୁଗାର ବେପାରୀ  ଗିରଫ

mahabharatanews