ଦେଶ ବିଦେଶ

ଶୀତଋତୁ ପାଇଁ ବନ୍ଦ ହେବ ବଦ୍ରୀନାଥ ମନ୍ଦିର

ଶୀତର ଆଗମନ ସହ ବନ୍ଦ ହେବାକୁ ଯାଉଛି ଉତ୍ତରାଖଣ୍ଡର ପ୍ରସିଦ୍ଧ ବଦ୍ରୀନାଥ ଧାମ। ହିମାଳୟର ବରଫାବୃତ ପାହାଡ଼ ମଧ୍ୟରେ ଅବସ୍ଥିତ ଏହି ପବିତ୍ର ତୀର୍ଥସ୍ଥଳରେ ଶୀତଋତୁ ପାଇଁ ଆରମ୍ଭ ହୋଇଛି ବନ୍ଦ ପ୍ରକ୍ରିୟା। ନଭେମ୍ବର ୧୬ ତାରିଖ ରାତି ୯ଟା ୩୭ ମିନିଟ୍‌ରେ ମୁଖ୍ୟ ମନ୍ଦିରର କବାଟ ବନ୍ଦ କରାଯିବ। ଏହା ସହ ଚଳିତ ବର୍ଷର ଚାରିଧାମ ଯାତ୍ରାର ଅନ୍ତ ଘଟିବ। ମନ୍ଦିର ବନ୍ଦ ପୂର୍ବରୁ ପାରମ୍ପରିକ ରୀତିନୀତି ଅନୁସାରେ ପାଞ୍ଚଦିନିଆ ବିଶେଷ ପୂଜା ଆରମ୍ଭ ହୋଇଛି। ଏହାକୁ ପଞ୍ଚପୂଜା କୁହାଯାଏ। ନଭେମ୍ବର ୧୨ରୁ ଆରମ୍ଭ ହୋଇଥିବା ଏହି ପୂଜାରେ ବିଭିନ୍ନ ଧାର୍ମିକ ବିଧି ପାଳନ କରାଯାଉଛି। ଇତିମଧ୍ୟରେ ଗଣେଶ ମନ୍ଦିର ସହ ଆଦି କେଦାରେଶ୍ୱର ଓ ଆଦି ଗୁରୁ ଶଙ୍କରାଚାର୍ଯ୍ୟ ମନ୍ଦିରର କବାଟ ବନ୍ଦ ହୋଇସାରିଛି।

Badrinath Temple: आज बंद होंगे बद्रीनाथ धाम के कपाट, शीतकाल के बाद होंगे  दर्शन

ମୁଖ୍ୟ ମନ୍ଦିର ବନ୍ଦ ହେବା ପୂର୍ବରୁ ମା’ ଲକ୍ଷ୍ମୀଙ୍କ ସ୍ୱତନ୍ତ୍ର ପୂଜା ସହ ଅନେକ ପାରମ୍ପରିକ ବିଧି ପାଳନ କରାଯିବ। ଏହାପରେ ଶୀତକାଳୀନ ପୂଜା ପାଇଁ ଠାକୁରଙ୍କ ସହ ଜଡ଼ିତ ଉତ୍ସବ ମୂର୍ତ୍ତି ଓ ପୂଜା ପରମ୍ପରା ନିର୍ଦ୍ଦିଷ୍ଟ ସ୍ଥାନକୁ ସ୍ଥାନାନ୍ତର ହେବ। ଶୀତଦିନେ ବଦ୍ରୀନାଥ ଅଞ୍ଚଳରେ ପ୍ରବଳ ତୁଷାରପାତ ଓ ଅତ୍ୟଧିକ ଥଣ୍ଡା ଯୋଗୁଁ ଯାତାୟାତ କଷ୍ଟକର ହୋଇପଡ଼େ। ତେଣୁ ଏହି ସମୟରେ ମନ୍ଦିରରେ ଦର୍ଶନ ବନ୍ଦ ରହିଥାଏ। ତେବେ ଭକ୍ତଙ୍କ ପାଇଁ ଆଶ୍ୱାସନାର କଥା, ମନ୍ଦିର ବନ୍ଦ ହେଲେ ମଧ୍ୟ ପୂଜାର୍ଚ୍ଚନା ବନ୍ଦ ହୁଏନାହିଁ। ଶୀତକାଳରେ ଯୋଶୀମଠ ଓ ପାଣ୍ଡୁକେଶ୍ୱରରେ ପୂଜାବିଧି ଜାରି ରହିଥାଏ। ଆସନ୍ତା ବର୍ଷ ପୁଣି ନୂଆ ଆଶା ଓ ଭକ୍ତି ନେଇ ଖୋଲିବ ବଦ୍ରୀନାଥ ଧାମର ଦ୍ୱାର।

Related posts

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନୁହେଁ, ବରଂ…’

mahabharatanews

ହିମାଚଳ ପ୍ରଦେଶ ସିରମୋରରେ ବଡ଼ ଦୁର୍ଘଟଣା

mahabharatanews

ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅପମାନଜନକ ଭାଷା ବ୍ୟବହାର ଅଭିଯୋଗରେ ଏଫଆଇଆର ଏବଂ ମେଟାକୁ କଡ଼ା ନୋଟିସ୍

mahabharatanews