ଓଡିଶା

ଅଗ୍ନିକାଣ୍ଡରେ ୪ ଦୋକାନ ଭସ୍ମୀଭୂତ

ପାରାଦୀପ: ବଡ଼ପଡିଆ ମାର୍କେଟରେ ଅଗ୍ନିକାଣ୍ଡ ହୋଇଛି ଘଟି ୪ଟି ଦୋକାନ ସମ୍ପୂର୍ଣ୍ଣ ପୋଡ଼ି ଧ୍ୱଂସ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡ଼ି ପାଉଁଶ ହୋଇଥିବା ଅନୁମାନ କରାଯାଉଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ବ୍ୟବସାୟୀ କହିଛନ୍ତି । ତେବେ କୌଣସି କାରଣରୁ ପ୍ରଥମେ ଗୋଟିଏ ଦୋକାନ ଘରେ ନିଆଁ ଲାଗିଯାଇଥିଲା । ପରେ ପାଖରେ ଥିବା ୩ଟି ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା । କିଛି ବ୍ୟବସାୟୀ ପାଖ ଦୋକାନ ଘରେ ଶୋଇଥିଲେ । ନିଆଁ ଲାଗିବା ପରେ ତୁରନ୍ତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।

Related posts

ଚାଲିଛି ଗୁପ୍ତ ଉପଚାର, ଆଜି ଶ୍ରୀ ଅଙ୍ଗ ଫିଟା ନୀତି

mahabharatanews

 ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା  

mahabharatanews

ଜଗା ଦର୍ଶନ କରିବେ ଭକ୍ତ, ଜାରି ହେଲା ନୂଆ ଏସଓପି

mahabharatanews