ଓଡିଶା

ଅଗ୍ନିକାଣ୍ଡରେ ୪ ଦୋକାନ ଭସ୍ମୀଭୂତ

ପାରାଦୀପ: ବଡ଼ପଡିଆ ମାର୍କେଟରେ ଅଗ୍ନିକାଣ୍ଡ ହୋଇଛି ଘଟି ୪ଟି ଦୋକାନ ସମ୍ପୂର୍ଣ୍ଣ ପୋଡ଼ି ଧ୍ୱଂସ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡ଼ି ପାଉଁଶ ହୋଇଥିବା ଅନୁମାନ କରାଯାଉଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ବ୍ୟବସାୟୀ କହିଛନ୍ତି । ତେବେ କୌଣସି କାରଣରୁ ପ୍ରଥମେ ଗୋଟିଏ ଦୋକାନ ଘରେ ନିଆଁ ଲାଗିଯାଇଥିଲା । ପରେ ପାଖରେ ଥିବା ୩ଟି ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା । କିଛି ବ୍ୟବସାୟୀ ପାଖ ଦୋକାନ ଘରେ ଶୋଇଥିଲେ । ନିଆଁ ଲାଗିବା ପରେ ତୁରନ୍ତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।

Related posts

ନର୍ସିଂହୋମ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ମା ଛେଉଣ୍ଡ ହେଲା ନବଜାତକ, ପରିବାର ଲୋକଙ୍କ କ୍ଷତିପୁରଣ ଦାବି

mahabharatanews

ଇଣ୍ଡିଆ ଵୁକ ଅଫ ରେକର୍ଡରେ ସ୍ଥାନ ପାଇଛି ୫୦ ଫୁଟ ଲମ୍ବର ହକି ଵିଶ୍ଵ କପ ଟ୍ରଫି

mahabharatanews

ହୀରାକୁଦରେ ଜଳସ୍ତର ୬୦୩ ଫୁଟ ପାର,ଛତିଶଗଡ଼ ଖୋଲିଦେଲା ସବୁ ଗେଟ  

mahabharatanews