ଓଡିଶା

କରୋନା ମୁକାବିଲା ପାଇଁ ଅଣ୍ଟାଭିଡିଲେ ପ୍ରଣବ

ଯାଜପୁର: ବିଶ୍ୱ ମହାମାରୀ କରୋନା ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି । ଏହା କବଜାରେ ବିଶ୍ୱର ପ୍ରାୟ ୧୯୦ଣୁ ଅଧିକ ରାଷ୍ଟ୍ର ଥିବା ବେଳେ ଏହି ଭୂତାଣୁର ସଂକ୍ରମଣ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । ସାରା ଦେଶରେ ଲକଡାଉନ ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲଫ ପାଣ୍ଠିରୁ କୋଭିଡ୍-୧ର ମୁକାବିଲା ପାଇଁ ବିଭିନ୍ନ ରାଜନେତା ସେମାନଙ୍କ କିଛି ମାସର ବେତନ ଦାନ କରୁଛନ୍ତି । ଏହି ଶ୍ରେଣୀରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସବୁଠାରୁ ଆଗରେ ରହିଛନ୍ତି । ସେ ତାଙ୍କ ଏମଏଲଏ ଲାଡ ପାଣ୍ଠିରୁ ୨୦୨୦-୨୧ ଆର୍ଥିକ ବର୍ଷର ସମସ୍ତ ପାଣ୍ଠିକୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ ଦାନ କରିଛନ୍ତି । ଏନେଇ ସେ ଟୁଇଟ୍ କରି ଜଣାଇଛନ୍ତି । ସେ କହିଛନ୍ତି, ଏହି ଅର୍ଥକୁ ମୋ ନିର୍ବଚନମଣ୍ଡଳୀ ମଧ୍ୟରେ ବଣ୍ଟନ କରାଯିବା ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ସେହିପରି ସେ ଆହୁରି କହିଛନ୍ତି, ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ ।
କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ରଘୁନନ୍ଦନ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ କୁମାର ଜଗଦ୍ଦେବ, ସୁଶାନ୍ତ କୁମାର ରାଉତ, ଦେବୀ ପ୍ରସାଦ ମିଶ୍ର, ଧ୍ରୁବ ଚରଣ ସାହୁ, ଭାଗିରଥୀ ସେଠୀ, ଶଶିଭୁଷଣ ବେହେରା, ପ୍ରଶାନ୍ତ ମୁଦୁଲି, ଶାରଦା ପ୍ରସାଦ ନାୟକ, ସୁବ୍ରତ ତରାଇ, ଭବାନୀ ଶଙ୍କର ଭୋଇ, ସଞ୍ଜୀବ କୁମାର ମଲ୍ଲିକ, ବିଧାୟିକା ସାବିତ୍ରୀ ଅଗ୍ରୱାଲ୍ ଓ ଲତିକା ପ୍ରଧାନ ସେମାନଙ୍କ ଦରମାର କିଛି ଅଂଶ ପ୍ରଦାନ କରିଛନ୍ତି ।

Related posts

କଲେରା ଝାଡାବାନ୍ତିରେ ଆଉ ଜଣଙ୍କର ମୃତ୍ୟୁ

mahabharatanews

କୋରାପୁଟରେ ହେବ ଓଡ଼ିଶାର ପ୍ରଥମ ଓ ଉଚ୍ଚତମ ଟନେଲ

mahabharatanews

ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ବଣ୍ଟନ କଲେ ହରଲିକ୍ସ

mahabharatanews