ଓଡିଶା

ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ରହିବା ନିଷ୍ପତ୍ତି ରଦ୍ଦ ହୋଇଛି

ଗୋପ: ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କାକୁ ନେଇ ପୁଣି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ରହିବା ନିଷ୍ପତ୍ତି ରଦ୍ଦ ହୋଇଛ । ଗତ ୧୮ ତାରିଖରେ ହୋଇଥିବା ଟେଣ୍ଡରକୁ ବାତିଲ କରିଛି ଜିଲ୍ଲା ପ୍ରଶାସନ । ଏନେଇ ଟେଣ୍ଡରରେ ଭାଗ ନେଇଥିବା ସବୁ ବ୍ୟାଙ୍କକୁ ଅବଗତ କରାଯାଇଛି । ବ୍ୟାଙ୍କକୁ ଚିଠି କରି ଅବଗତ କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସନ । ଏହାସହ ପୁରୁଣା ଟେଣ୍ଡର ବାତିଲ ସହ ପୁନଃ ଟେଣ୍ଡର ପାଇଁ ଆହ୍ୱାନ କରାଯାଇଛିୟ ଆସନ୍ତା ୨୬ ତାରିଖ ଦିନ ୧୧ଟା ସୁଦ୍ଧା ଟେଣ୍ଡର ପକାଇବାକୁ ଆହ୍ୱାନ କରାଯାଇଛି । ୩ ବର୍ଷ ପାଇଁ ଟେଣ୍ଡର ନ କରି ବର୍ଷିକିଆ ସ୍ଥାୟୀ ଜମା ପାଇଁ ଏହି ଟେଣ୍ଡର ଆହ୍ୱାନ କରାଯାଇଛି । ଏହା ପୂର୍ବରୁ ଜଗନ୍ନାଥଙ୍କ ଟଙ୍କା ନେଇ ଗତ ୧୮ ତାରିଖରେ ଟେଣ୍ଡର ହୋଇଥିଲା । ୟୁନିୟନ ବ୍ୟାଙ୍କ ସର୍ବାଧିକ ବିଡ୍ ଦେଇଥିଲା । ୫ ଦଶମିକ ୭୫ ପ୍ରତିଶତ ସୁଧ ଦେଇ ବିଡ୍ ଜିତିଥିଲା ୟୁନିୟନ ବ୍ୟାଙ୍କ । ତେବେ କଣ ପାଇଁ ଟେଣ୍ଡର ବାତିଲ ହୋଇଛି ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ ।

Related posts

ପୋଲ ଭୁଶୁଡିବା ଘଟଣା: ସମ୍ପୃକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା କରିବାକୁ ଦାବି

mahabharatanews

ନୂଆ ଡିଜି ନିଯୁକ୍ତିକୁ ନେଇ ଅଙ୍କକସା ଆରମ୍ଭ

mahabharatanews

ଭୁବନେଶ୍ୱର ମାଛ ମାର୍କେଟରେ ହଣାକଟା ହେଲେ ବ୍ୟବସାୟୀ

mahabharatanews