ଓଡିଶା

ଲକଡାଉନକୁ ଅବମାନନା କରି ନିଲମ୍ବିତ

ରାଜନଗର: ପିଲାଙ୍କୁ ପାଠ ପଢାଇବାରୁ ପ୍ରଧାନଶିକ୍ଷକ ପୁଲିସ ହାଜତରେ । ପୁଲିସ୍ ତାଙ୍କୁ ଗିରଫ କରିଥିବାବେଳେ ·କିରିରୁ ବି ନିଲମ୍ବିତ କରାଯାଇଛି । ଏପରି ଘଟିଛି ସେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ କୁରୁଂଟି ପଂ·ୟତର ବଳରାମପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କ୍ଷେତ୍ରରେ । ଜଣେ ଶିକ୍ଷକର କାମ ହେଲା ଶିକ୍ଷା ଦାନ । ସେ ଶିକ୍ଷାଦାନ କରୁଥିବା ବେଳେ ତାଙ୍କୁ ଗିରଫ କରାଯିବା ଅଯୌକ୍ତିକ ଲାଗୁଛି । ହଁ ସେ ପିଲାଙ୍କୁ ସ୍କୁଲରେ ଟିଉସନ କରୁଥିଲେ, ତାହା ପୁଣି ଲକଡାଉନ ସମୟରେ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ କୁରୁଂଟି ପଂ·ୟତର ବଳରାମପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେଲେ କଳ୍ପତରୁ ପରିଡ଼ା । ପ୍ରଧାନଶିକ୍ଷକଙ୍କୁ ଟୁଉସନ ନିଶା ଏମିତି ଘାରିଥିଲା କି, ସରକାରୀ ନିର୍ଦ୍ଦେଶକୁ ବେଖାତିର କରି ସ୍କୁଲରେ ୮୦ ଜଣ ଛାତ୍ରଛାତ୍ରୀଙ୍କୁ ଏକାଠି ବସାଇ ଟୁଉସନ କରୁଥିଲେ । ଏ ସଂପର୍କରେ ଖବରପାଇ ପୁଲିସ ଚଢାଉ କରି ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଥିଲା ।

ସୂଚନା ଅନୁସାରେ, ଶ୍ରୀ ପରିଡ଼ା ବିଦ୍ୟାଳୟର ୨ଟି ଫାଟକରେ ତାଲା ପକାଇ ଭିତରେ ଟ୍ୟୁସନ କରୁଥିଲେ । ପ୍ରଥମରୁ ପଂଚମ ଶ୍ରେଣୀ ଯାଏ ସମୁଦାୟ ୮୦ ଜଣ ଛାତ୍ରଛାତ୍ରୀ ସେଠାରେ ଥିଲେ । ସେମାନଙ୍କ ମଧ୍ୟରୁ ୧୦/୧୨ଜଣ ଛାତ୍ର ଛାତ୍ରୀ ବାରଣ୍ଡାରେ ବସିଥିବାବେଳେ ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଗୋଟିଏ କୋଠରୀରେ ବସି ପଢୁଥିଲେ । ଗୋଟିଏ ଛୋଟିଆ କୋଠରୀରେ ୭୦ଜଣ ଛାତ୍ରଛାତ୍ରୀ ଖୁନ୍ଦାଖୁନ୍ଦି ହୋଇ ବସି ପାଠ ପଢୁଥିଲେ । ସ୍ଥାନୀୟ ଲୋକ କହିଛନ୍ତି ଯେ, ରାଜ୍ୟ ସରକାର ୧୦ ଦିନ ପୂର୍ବରୁ ବିଦ୍ୟାଳୟ ଛୁଟି କରିବା ସହ କୋଚିଂ ସେଣ୍ଟର, ଟ୍ୟୁସନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର, ପ୍ରଧାନଶିକ୍ଷକ ଅନ୍ୟମାନଙ୍କୁ ସଚେତନ କରିବା ପରିବର୍ତ୍ତେ ସରକାରଙ୍କ ଲକ୍ଡାଉନ୍ କଟକଣାକୁ ଉଲ୍ଲଘଂନ କରିଛନ୍ତି । ଏମିତିକିି ସେହି ଛୋଟଛୋଟ ପିଲାଙ୍କ ମଧ୍ୟରେ ଓମାନ୍ ଫେରନ୍ତା ଜଣେ ଯୁବକଙ୍କ ପରିବାରର ଛାତ୍ର ରହିଛି । ଯଦି, କୌଣସି ଖରାପ ପରିସ୍ଥିତି ସୃଷ୍ଟିହେବ, ସେତେବେଳେ କ’ଣ ହେବ ଓ କିଏ ଦାୟୀ ରହିବେ ବୋଲି ଏହି ଲୋକମାନେ ପ୍ରଶ୍ନ କରିଛନ୍ତ । ଏହାକୁ ନେଇ କେହି ପୁଲିସକୁ ଖବର ଦେଇଥିଲେ । ରାଜନଗର ଥାନା ଏଏସଅ ।ଇ ରଣେନ୍ଦ୍ର କୁମାର ସାମଲଙ୍କ ଅଭିଯୋଗ ଆଧାରରେ ଶିକ୍ଷକଙ୍କୁ ଗିରଫ କରିଥିଲେ । ଅନ୍ୟପଟେ ଶିକ୍ଷକଙ୍କ ଟ୍ୟୁସନର ଭିଡିଓ ଭାଇରାଲ ହେବାପରେ ବ୍ଲକ ଶିକ୍ଷାଧିକାରୀ ରାଜେଶ କୁମାର ସ୍ୱାଇଁ ଏ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିଥିଲେ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନଶିକ୍ଷକ ଶ୍ରୀ ପରିଡ଼ାଙ୍କୁ ନିଲମ୍ବିତ କରିଛନ୍ତି ।

Related posts

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ରଥକୁ ନେଇ ମେ ୩ ପରେ ନିଷ୍ପତ୍ତି: ଗଜପତି ମହାରାଜା

mahabharatanews

ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି 

mahabharatanews