ଓଡିଶା

କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ଗୋପ: କରୋନାର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତିକୁ ଜୋର ସୋର ଆଗେଇ ନେଉଛି । ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଏ ନେଇ ବିସ୍ତୃତ ସୂଚନା ଗଣମାଧ୍ୟମକୁ ଦେଇଛନ୍ତି । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ କରୋନା ଚିକିତ୍ସା ନେଇ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ୫୦ ବେଡ଼ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯାଇଛି । ସେହିପରି ପୁରୀ ନିର୍ମାଣାଧୀନ ମେଡ଼ିକାଲ କଲେଜ ବିଲ୍ଡିଂକୁ ୨୫୦ ବେଡ଼ ବିଶିଷ୍ଟ ମେଡ଼ିକାଲରେ ପରିଣତ କରାଯାଇଛି । ଏହା ସ୍ୱତନ୍ତ୍ର କୋଭିଡ ୧୯ ପାଇଁ ହସ୍ପିଟାଲ ହୋଇଛି । ମେଡ଼ିକାଲ ଗୁଡିକରେ କିଭଳି ଚିକିତ୍ସା ଉପକରଣ ଭେଣ୍ଟିଲେଟର, ଅକ୍ସି ଜେନ ବ୍ୟବସ୍ଥା ହେବ ସେ ବ୍ୟବସ୍ଥା ହୋଇଛି । ସେହିପରି ମେଡ଼ିକାଲରେ ଅଧିକ କର୍ମ·ରୀ ନିୟୋଜିତ କରିବା ପାଇଁ ଅଧିକ ଡ଼କ୍ଟର, ପାରା ମେଡ଼ିକାଲ ଷ୍ଟାଫ ନେଇ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ପୁରୀ ଜିଲ୍ଲାରରେ ୧୧୧ ଜଣ ଙ୍କୁ କ୍ୱାରେଣ୍ଟାଇନ ରଖା ଯାଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣ ୧୫ ଦିନରୁ ଅଧିକ ହୋମ ଆଇସୋଲେସନରେ ରହିଥିଲେ । ତେବେ କାହାଠାରେ କୌଣସି କରୋନା ଲକ୍ଷଣ ନାହିଁ । ଅନ୍ୟମାନଙ୍କ ଉପରେ ନଜର ରଖାଯାଇଛି । ସେହିପରି ୪ ହଜାର ଲୋକ ବିଭିନ୍ନ ରାଜ୍ୟରୁ ପୁରୀ ଜିଲାକୁ ଫେରିଛନ୍ତି । ସେମାନଙ୍କ ତଥ୍ୟ ନିଆଯାଇ ହୋମ ଆଇସୋଲେସନରେ ରହିବା ନେଇ ନିର୍ଦେଶ ଦିଆଯାଇଛି । ଜିଲାରେ ଥିବା ସମସ୍ତ ଏସଟିଏସସି ହଷ୍ଟେଲ ବନ୍ଦ କରି ଦିଆଯାଇଛି । ୧୨୦୦ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକଙ୍କ ନିକଟରେ ଛାଡି ଦିଆଯାଇଛ । ସେହିପରି ୩ ମାସର ଆଗୁଆ ପେନସନ ସାମାଜିକ ନିରପତା ସ୍କିମ ଅନୁଯାୟୀ ଲୋକଙ୍କୁ ଦିଆଯାଇଛି । ଏହା ଦ୍ୱାରା ଏକ ଲକ୍ଷ ୮୦ ହଜାର ପରିବାର ଉପକୃତ ହେବେ । ଏଥିରେ ପାଖା ପାଖି ୩ ମାସ ପାଇଁ ୪୦ ରୁ ୪୨ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ପି ଡି ଏସ ସାମଗ୍ରୀ ୨ ଲକ୍ଷ ୮୦ ହଜାର ପରିବାରକୁ ଆଗୁଆ ୩ ମାସର ଦିଆଯାଇଛି । ଏଥିପାଇଁ ୨ ଲକ୍ଷ କ୍ୱିଣ୍ଟାଲ ·ଉଳ ଦିଆଯାଇଛି । ସେହିପରି ସ୍କୁଲରେ ମଧ୍ୟାନ ଭୋଜନ ବନ୍ଦ ଥିବାରୁ ୧ ଲକ୍ଷ ୪୦ ହଜାର ପିଲାଙ୍କୁ ଆଗୁଆ ତିନି ମାସର ·ଉଳ ଦିଆଯାଉଛି । ଅଙ୍ଗନାବାଡି ମାଧ୍ୟମରେ ମହିଳାଙ୍କୁ ୨୩ ହଜାର ଛତୁଆ ଦିଆଯାଉଛି । ଅନ୍ୟପଟେ ଲକଡାଉନ ଯେଭଳି ଲୋକ ମାନିବେ ସେନେଇ ପୋଲିସ ମୁତୟନ କରାଯାଇ ଲୋକଙ୍କୁ ସଚେତନ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଯେମିତି ମିଳିବ ଓ ସେସବୁର ସ୍ୱାଭାବିକ ପରିବହନ ହେବ ସେ ନେଇ ମଧ୍ୟ ପୋଲିସ ପ୍ରଶାସନକୁ ସଜାଗ ରଖାଯାଇଛି । ତେବେ ଲକଡାଉନକୁ ପୁରୀ ବାସିନ୍ଦା ପାଳନ କରୁଥିବା ହେତୁ ପୁରୀ ଜିଲାପାଳ ବଲବନ୍ତ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସମସ୍ତଙ୍କ ସୁରକ୍ଷା କାମନା କରିଛନ୍ତି ।

Related posts

ସକ୍ରିୟ ଲଘୁଚାପ, ଆଜି  ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

mahabharatanews

ମଜୁରି ବନ୍ଦକୁ ଏଡାଇବାକୁ ଗର୍ଭାଶୟ ବାହାର କଲେ ୩୦ ହଜାର ମହିଳା ଶ୍ରମିକ

mahabharatanews

କଂଗ୍ରେସ ଦୁଇ ବିଧାୟକଙ୍କ ଘରୁ ଟଙ୍କାର ପାହାଡ ମିଳିଲା

mahabharatanews