ଓଡିଶା

୩୨୪ ନିମୟ ଉଲଙ୍ଘନକାରୀଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ଏହାକୁ କଡାକଡି ପାଳନ କରାଯାଉଛି । ଶୁକ୍ରବାର ତୃତୀୟ ଦିନରେ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ମୋଟ ୩୨୪ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଲକ୍ଡାଉନ୍ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ୩୦୮ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ହୋମ କ୍ୱାରେଣ୍ଟି ନିୟମ ଉଲଙ୍ଘନ ୧୫ ଜଣଙ୍କ ଏବଂ କରୋନା ଭାଇରସକୁ ନେଇ ଅନ୍ୟ ଏକ ମାମଲା ରୁଜୁ କରାଯାଇଛି । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି ।

Related posts

ରାଧାମୋହନ ଦେବ ସ୍କୁଲର ୧୯୯୮ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

mahabharatanews

ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଙ୍କ ଘରେ ଇଡିର ରେଡ୍

mahabharatanews

ଓଏଏସ ଓଆରଏସ ସ୍ତରରେ ଅଦଳବଦଳ ରାଜ୍ୟ ସରକାର

mahabharatanews