ଓଡିଶା

ଅଭିଯୁକ୍ତମାନଙ୍କୁ ଗୁଳି କରି ମାରି ଦିଆଯାଉ: ଉନ୍ନାଓ ପୀଡିତାଙ୍କ ପରିବାର

(ନୂଆଦିଲ୍ଲୀ/ମହାଭାରତ): ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତମାନେ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇବା ପରେ ଦେଶବ୍ୟାପୀ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । କିନ୍ତୁ ସେହିଦିନ ରାତିରେ ଉନ୍ନାଓ ପୀଡିତା ଆଖି ବୁଜିଲେ । ଯାହା ପୁଣି ଦେଶବାସୀଙ୍କୁ ଦୁଃଖିତ କରିଛି । ତେବେ ହାଇଦ୍ରାବାଦ ପୀଡିତାଙ୍କ ଭଳି ଅଭିଯୁକ୍ତମାନଙ୍କୁ ଗୁଳି କରି ମାରି ଦେବାକୁ ଉନ୍ନାଓ ପୀଡିତାଙ୍କ ପରିବାର ଲୋକେ ଦାବି କରିଛନ୍ତି ।
ଆର୍ଥିକ ସହାୟତା କି ଘର ଦରକାର ନାହିଁ । ତାଙ୍କ ଝିଅ ସହିତ ଯେଉଁମାନେ ଏଭଳି କାଣ୍ଡ କରିଛନ୍ତି ସରକାର ସେମାନଙ୍କୁ ଫାଶୀ ଦେଉ ନଚେତ ଗୋଡାଇ ଗୋଡାଇ ଗୁଳି କରି ହତ୍ୟା କରାଯାଉ ବୋଲି ପୀଡିତାଙ୍କ ବାପା କହିଛନ୍ତି । ସମସ୍ତ ୫ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବା ପରେ ତାଙ୍କ ଝିଅର ଆତ୍ମାକୁ ଶାନ୍ତି ମିଳିବ ବୋଲି ସେ କହିଛନ୍ତି । ସେହିପରି ମୋ ଭଉଣୀ ବଞ୍ଚିବାକୁ ଚାହୁଁଥିଲା । ଯେଉଁମାନେ ତାଙ୍କର ଏଭଳି ଅବସ୍ଥା କରିଛନ୍ତି ସେମାନଙ୍କୁ ଛାଡିବ ନାହିଁ ବୋଲି ମୃତ୍ୟୁ ପୂର୍ବରୁ ପୀଡିତା ଶେଷଥର ପାଇଁ କହିଥିଲେ ବୋଲି ତାଙ୍କ ଭାଇ ଗଣମାଧ୍ୟମକୁ କହିଛନ୍ତି ।

Related posts

ସହିଦ ସପ୍ତାହ: ଜବତ ହେଲା ମାଓ ବ୍ୟାନର

mahabharatanews

ଜାଣନ୍ତୁ କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣର ସ୍ପର୍ଶ ସମୟ

mahabharatanews

ଦାଦନ ଶ୍ରମିକ ଚାଲାଣ ବେଳେ ଦଲାଲ ଗିରଫ

mahabharatanews

Leave a Comment