ଓଡିଶା

କରୋନା ପାଇଁ ଆଇଟିସି ପକ୍ଷରୁ ୧୫୦ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର: ସମ୍ପ୍ରତି କୋଭିଡ୍-୧୯ ଭାରତରେ ମହାମାରୀ ଭଳି ସଙ୍କଟ ସୃଷ୍ଟି କରିଥିବାବେଳେ କର୍ପୋରେଟ ଦାୟିତ୍ୱ ବୋଧ ଅନ୍ତର୍ଗତ ଆଇଟିସି ପକ୍ଷରୁ ୧୫୦ କୋଟି ଟଙ୍କାର କୋଭିଡ୍ କଂଟିଜେନ୍ସି ଫଣ୍ଡ ଗଠନ କରାଯାଇଛି । ସମାଜର ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାଲାଗି ଆଇଟିସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଆଇଟିସିର ‘ନେଶନ୍ ଫାଷ୍ଟ-ସବ୍ ସାଥ୍ ବଢ଼େ’ ପ୍ରତିଶ୍ରୁତି ଆଧାରରେ ଏହା କରାଯାଇଛି । ସରକାରଙ୍କ ସହିତ ମିଳିତ ଭାବେ ଏହି ସଙ୍କଟଜନକ ସ୍ଥିତିର ମୁକାବିଲା ଲାଗି ଆଇଟିସି ଉଦ୍ୟମ ଆରମ୍ଭ କରିଛି ।

ଏହି ଅବସରରେ ଶ୍ରୀ ସଞୀଭ ପୁରି, ଚେୟାରମ୍ୟାନ, ଆଇଟିସି ଲିମିଟେଡ଼ କହିଛନ୍ତି, ଦେଶର ଏହି ପ୍ରତିକୂଳ ପରିସ୍ଥିତିରେ ସମାଜର ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା ଲାଗି ଆଇଟିସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଯାହାଦ୍ୱାରା ଏଭଳି ମହାମାରୀ ସମୟରେ ମ୍ମ ସେମାନଙ୍କ ଜୀବନଜୀବିକା ଉପରେ କୌଣସି ପ୍ରଭାବ ଯେ ପରି ନ ପଡ଼ିବ ସେଥିଲାଗି ଉଦ୍ୟମ ଜାରି ରହିଛି । ଏହା ସହିତ ଜିଲ୍ଲା ଅଧିକାରୀଙ୍କ ସହଯୋଗରେ ଏହି ଫଣ୍ଡ୍ ଦ୍ୱାରା ଜିଲ୍ଲା ସ୍ୱାସ୍ଥ୍ୟ ଏବଂ ଗ୍ରାମୀଣ ହେଲଥ୍ କେୟାର ଇକୋ-ସିଷ୍ଟମକୁ ଆବଶ୍ୟକ  ଆର୍ଥିକ ସହାୟତା ଉପଲବ୍ଧ କରାଯିବ । ଏଭଳି ସ୍ଥିତିରେ ସମାଜର ପ୍ରଭାବିତ ଗୋଷ୍ଠୀଙ୍କ ପାଖରେ ଔଷଧ, ଗ୍ରୋସରୀ ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା କାର୍ଯ୍ୟରେ ନିୟୋଜିତ ଥିବା କୋଭିଡ୍-ଯୋଦ୍ଧାଙ୍କୁ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ପରିମଳ ଉତ୍ପାଦ ମ୍ମ ଯୋଗାଇ ଦିଆଯିବ ।

ଏଭଳି ସଙ୍କଟଜନକ ସ୍ଥିତିରେ ଦେଶରେ ସମସ୍ତଙ୍କ ପାଖରେ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଏବଂ ସ୍ୱଚ୍ଛତା ଉତ୍ପାଦ ଯୋଗାଇଦେବା କଷ୍ଟକର । ତେବେ ଆଇଟିସି ପକ୍ଷରୁ ରାଜ୍ୟ କର୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନ ସହିତ ଯୋଗାଯୋଗ କରାଯାଇ ନିରନ୍ତର ଭାବେ ସମାଜର ପ୍ରଭାବିତ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଯିବାର ପ୍ରୟାସ କରାଯାଉଛି । ସେହିପରି ଏହି ମହାମାରୀର ମୁକାବିଲା ପାଇଁ ଆଇଟିସି ପକ୍ଷରୁ ଆଇସୋଲେଶନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ।

Related posts

ସଡକ ଦୁର୍ଘଟଣାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ

mahabharatanews

ଚିକିତ୍ସାଧୀନ ହାତୀର ମୃତ୍ୟୁ

mahabharatanews

ଆଜି ପଞ୍ଚଭୂତରେ ଲୀନ ହେବେ ଗୀତା ମେହେଟ୍ଟା

mahabharatanews