ଓଡିଶା

ଜଟଣୀରେ କ୍ୟାନସର ପୀଡ଼ିତ ଶିଶୁଙ୍କ ଲାଗି ନିର୍ମାଣ ହେବ ହସ୍ପିଟାଲ 

(ଭୁବନେଶ୍ୱର) : କ୍ୟାନସର ପୀଡିତ ଶିଶୁ ପାଇବେ ଚିକିତ୍ସା । ଜଟଣୀରେ କ୍ୟାନସର ପୀଡ଼ିତ ଶିଶୁଙ୍କ ଲାଗି ହସ୍ପିଟାଲ ନିର୍ମାଣ ହେବ । ଏନେଇ ରାଜ୍ୟ ସରକାର ଆଜି ଏକ ବଡ ଘୋଷଣା କରିଛନ୍ତି ।  ପ୍ରତିଷ୍ଠା ହେବ ହୋମି ଭାବା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର । ସେହିପରି ହସ୍ପିଟାଲ ସହ ନିର୍ମାଣ ହେବ ଏକ ଧର୍ମଶାଳା ତଥା ଗେଷ୍ଟ ହାଉସ୍‌ । ରାଜ୍ୟ ସରକାର ଆଜି ଟାଟା ମେମୋରିଆଲ ସେଣ୍ଟରକୁ ଚିଠି ଲେଖି ଏ ନେଇ ଜଣାଇଛନ୍ତି ।

ସୂଚନାନୁଯାୟୀ ,  ଉଭୟକୁ ରାଜ୍ୟ ସରକାର ନିର୍ମାଣ କରି ଟାଟା ମେମୋରିଆଲ ସେଣ୍ଟର(ଟିଏମସି)କୁ ହସ୍ତାନ୍ତର କରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ପେଡିଆଟ୍ରିକ୍ କ୍ୟାନସର ଫାସିଲିଟି ପାଇଁ ୧୫୦ କୋଟି ଟଙ୍କା (ବିଲ୍ଡିଂ ପାଇଁ ୮୦କୋଟି ଓ ଚିକିତ୍ସା ଉପକରଣ ପାଇଁ ୭୦ କୋଟି) ସହ ୨ଲକ୍ଷ ବର୍ଗ ଫୁଟର ଧର୍ମଶାଳା ନିର୍ମାଣରେ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେବ ।

Related posts

ଜଗଦୀପ ଧନଖଡ଼ ଦାଖଲ କଲେ ନାମାଙ୍କନ ପତ୍ର

mahabharatanews

ପଟାଙ୍ଗିରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

mahabharatanews

ଯଶିପୁର ମାହାର୍ଦ୍ଦାପଳସାରେ ଖଇରୀ ମହୋତ୍ସବ ଉଦଯାପିତ

mahabharatanews