ଓଡିଶା

ଲକ୍ ଡାଊନ୍ ଅବମାନନାକାରୀଙ୍କ ଉପରେ ପୋଲିସର କଠୋର କାର୍ଯ୍ୟାନୁଷ୍ଠା

(ହିଞ୍ଜିଳିକାଟୁ): କରୋନା ଭୟାବହକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ ଡାଉନ୍ ଘୋଷଣା କରି ଅତି ଆବଶ୍ୟକ କାମ ନ ଥିଲେ ଲୋକମାନେ ଘରୁ ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶ ନାମା ଜାରିକରିଛନ୍ତି ଏବଂ ଏହି ନିର୍ଦ୍ଦେଶକୁ ଅବମାନନା କଲେ ତାଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ବିଭାଗକୁ କହିଛନ୍ତି । କିନ୍ତୁ କିଛି ଲୋକ ଜାଣିଶୁଣି ଆଇନ ଅମାନ୍ୟ କରୁଥିବାରୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଏ ନେଇ ଗାଙ୍ଗପୁର ଥାନାରେ ତିନି ଦିନ ମଧ୍ୟରେ ଛଅଟି ମାମଲା ରୁଜୁ କରି ୧୪ ଜଣକୁ ଗିରଫକରି ଆସ୍କା ଓ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି । ସେହିପରି ବେଲଗୁଣ୍ଠା ଫାଣ୍ଡି ରେ ମଧ୍ୟ ଛଅଟି ମାମଲା ରୁଜ୍ଜୁ କରି ଛଅ ଜଣଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏମାନେ କିଏ ବେଆଇନ ଭାବେ ଜଳଖିଆ ଦୋକାନ ଖୋଲିଥିବା ବେଳେ କିଏ ପାନ ଦୋକାନ ଓ କିଏ ମଦ ବିକ୍ରି କରୁଥିଲେ । ଆଉ କିଛି ଜଣ ବିନା ଆଦେଶନାମାରେ ଗାଡି ଧରି ଯାଉଥିବା ବେଳେ ଗିରଫ କରାଯାଇଛି । ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା, ମୁନିଗାଡି, ଷଢ଼ଙ୍ଗୀ ପଲ୍ଲୀ, ନାଟେଙ୍ଗା, ବନ୍ଥପଲ୍ଲୀ, କାଳୁକୁ ଓ କଳାସୁତା ଗ୍ରାମର ମାମଲା ରୁଜ୍ଜୁ ହୋଇଥିବା ବେଳେ ବେଲଗୁଣ୍ଠା ଫାଣ୍ଡି ପୋଲିସ ଉଢୁରାରେ ତିନୋଟି, ଆମ୍ବପୁଆରେ ଗୋଟିଏ ଓ ବେଆଇନ ଭାବେ ରାସ୍ତାରେ ଗାଡି ଧରି ଯାଉଥିବା।ଜଗନ୍ନାଥ ପ୍ରସାଦ ଥାନା ଝାଡଭୁମି,ଉଦୟଗିରି ଥାନା ରାଇପଲ୍ଲି ଗାମର ଦୁଇଜଣଙ୍କ ନାମରେ। ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି । ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ, ଗାଙ୍ଗପୁର ଡି.ଏସ.ପି ସଞ୍ଜୟ କୁମାର ମହାପାତ୍ର, ଗାଙ୍ଗପୁର ଥାନାଧିକାରୀ ଧୀରେଶ କୁମାର ଦାସ ଓ ପୋଲିସ ଟିମ୍ ପ୍ରମୁଖ।ଚଢ଼ାଉ କରିଥିଲେ ।

Related posts

STF, ଭୁବନେଶ୍ୱର ମୋଟ ୬୧ଟି ମାମଲା ରୁଜୁ କରାଯିବା ସହ ମୋଟ ୭୩,୧୮୧ ବୋତଲ ନିଶାଦ୍ରବ୍ୟ ମିଶ୍ରିତ କଫ ସିରପ ଜବତ

mahabharatanews

ଜାତୀୟସ୍ତରୀୟ ସେମିନାରରେ ଯୁନାନି ଦିବସ ପାଳନ

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୩୧୦ ସଂକ୍ରମିତ ଚିହ୍ନଟ

mahabharatanews