Uncategorized

କରୋନା ଭାଇରସ ଆଗରେ ଆମେରିକାର ଆତ୍ମସମର୍ପଣ

(ଶୁଭସ୍ମିତା ଦାଶ): କରୋନା ଭାଇରସ ଯୋଗୁଁ ଆମେରିକାରେ ବୁଧବାର ପୂର୍ବାହ୍ନ ୭ଟା ପର୍ୟ୍ୟନ୍ତ ୩୮୮୨ ଜଣଙ୍କ ମୃତ୍ୟୁ ହୋଇସାରିଛି । ସେହିପରି ୧ ଲକ୍ଷ ୮୮ ହଜାର ୧୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସବୁଠାରୁ ଦୁଃଖର ବିଷୟ ହେଲା ଚୀନରେ ମଧ୍ୟ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଅଥବା ଆକ୍ରାନ୍ତ ହୋଇ ନାହିଁ । ଆମେରିକାର ୧୦୦ ବର୍ଷର ଇତିହାସରେ ଏଭଳି ବିପର୍ୟ୍ୟୟ ଆସି ନଥିଲା ବୋଲି କୁହାଯାଉଛି ।

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଏବେ ଉପାୟ ଶୂନ୍ୟ । ମୃତ୍ୟୁ ଓ ଆକ୍ରାନ୍ତ ସଂଖ୍ୟା କେମିତି ହ୍ରାସ କରିବ ସେ ଉପାୟ ମିଳିପାରୁ ନାହିଁ । ଆମେରିକା କରୋନା ଭାଇରସ ଆଗରେ ଆତ୍ମସମର୍ପଣ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୨୦୦୧ରେ ହୋଇଥିବା ୯/୧୧କୁ ଅତିକ୍ରମ କରିସାରିଛି । କାରଣ ସେହି ସମୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୯୯୬ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ୧୯୦୬ରେ ଫ୍ରାସିସ୍କୋ ଭୂକମ୍ପରେ ୩୩୮୯ ଜଣ ଜୀବନ ହାରିଥିଲେ । ୧୯୮୯ର ବାତ୍ୟାରେ ପ୍ରାୟ ୩୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଆମେରିକୀୟ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ବିଗତ ୧୦୦ ବର୍ଷ ମଧ୍ୟରେ ଅନେକ ବାତ୍ୟା ଓ ପ୍ରାକୃତିକ ବିପର୍ୟ୍ୟୟ ଆସିଛି । କିନ୍ତୁ ଏଭଳି ନରସଂହାର କେବେ ହୋଇ ନାହିଁ । ଅଲକାଇଦା ସଂଗଠନ ଦ୍ୱାରା ୨୦୦୧ରେ ଯେତେବେଳେ ୪ଟି ଯାତ୍ରୀ ବିମାନକୁ ହାଇଜାକ କରି ଆତଙ୍କବାଦୀମାନେ ବିଶ୍ୱ ବାଣିଜ୍ୟ ସଂଗଠନର ୨ଟି ଅଟ୍ଟାଳିକା ଓ ପେଣ୍ଟାଗନକୁ ଆକ୍ରମଣ କରିଥିଲେ, ସେହି ସମୟରେ ପାଖାପାଖି ୩୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।

Related posts

ଘାଟି ତଳକୁ ବସ ଖସି ୨୭ ମୃତ, ୩୯ ଆହତ

mahabharatanews

କୋରୋନା ଭୂତାଣୁ ସଂକ୍ରମଣ ଭାରତରେ ସତର୍କସୂଚନା ଜାରି

mahabharatanews

ସବୁଠୁ ରହସ୍ୟମୟ ସ୍ଥାନ ‘ଲେକ୍ କ୍ୟାଣ୍ଡି’

mahabharatanews