ଓଡିଶା

ଏଜି ଛକ ଭେଣ୍ଡିଂ ଜୋନରେ ଜଳିଗଲା ଦୋକାନ

(ମହାଭାରତ): ଭୁବନେଶ୍ୱର ଏଜି ଛକ ଭେଣ୍ଡିଂ ଜୋନରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୫ରୁ ଅଧିକ ଦୋକାନ ଜଳି ଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ଯାଇଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସିଗାରେଟ୍‌ ଝୁଲରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ପୂରା ଘଟଣା ଏମିତି। ଆଜି ରାତି ପ୍ରାୟ ୯ଟା ହେବ। ଏହି ସମୟରେ ରାଜମହଲରୁ ଏଜି ଛକ ଅଭିମୁଖେ ଗଲା ବେଳେ ବାମ ପାର୍ଶ୍ୱ ଭେଣ୍ଡିଂ ଜୋନ୍‌ରେ ନିଆଁ ଲାଗି ଯାଇଥିଲା। ଗୋଟିଏ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ୪ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇଯାଇଛି। ମାତ୍ର ଏପର୍ୟ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଜି ଛକ ମୁଣ୍ଡରେ ଥିବା ଗ୍ୟାରେଜ ପଛ ପାର୍ଶ୍ୱରେ ଦୁଇ ଜଣ ଲୋକ ସିଗାରେଟ୍‌ ଟାଣୁଥିଲେ। ସେଥିରୁ ନିଆଁ ଯାଇ ଗ୍ୟାରେଜରେ ଥିବା ଡିଜେଲ୍‌ ଲାଗିଥିବା ଅନୁମାନ କରାଯାଉଛି। ତେବେ ତଦନ୍ତ ପରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବ।

Related posts

ପ୍ରବାସୀ ଓଡିଆଙ୍କ ରିପୋର୍ଟ ନେଗେଟିଭ ଆସିଲେ ସେମାନଙ୍କୁ ଆଣିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ରାଜ୍ୟକୁ ବିଳମ୍ୱରେ ପହଞ୍ଚିବ ମୌସୁମୀ !

mahabharatanews

ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ମହିଳା ହକି ଦଳ

mahabharatanews