ଓଡିଶା

ଦୁଇ ଜଣଙ୍କ ନାମରେ ସତ୍ୟବାଦୀ ଥାନାରେ ଅଭିଯୋଗ

(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ସତ୍ୟବାଦୀ ଥାନାରେ ଦୁଇ ଜଣଙ୍କ ନାମରେ ଅଭିଯୋଗ ହୋଇଥିବା ଜଣାପଡିଛି । ସୁଚନା ଯୋଗ୍ୟଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ଏକ ଗ୍ରାମର ଦୁଇ ଜଣ ବ୍ୟକ୍ତି ଲକ ଡାଉନ ସମୟରେ ଅନ୍ୟ ଜିଲ୍ଲାରୁ ଆସିଥିଲେ । ସେମାନେ ଏ ସମ୍ପର୍କରେ କାହାକୁ କିଛି ନ ଜଣାଇ ରହିଥିଲେ । ଲକ ଡାଉନ ଆଇନକୁ ମାନି ନଥିବା ଅଭିଯୋଗରେ ସେମାନଙ୍କ ନାମରେ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି ଏବଂ ସେମାନଙ୍କୁ ସଂଘଗୃହରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ବ୍ୟକ୍ତି ବିଶେଷଙ୍କ ଉପରେ କଡା ନଜର ରଖାଯାଇଛି ବୋଲି ସତ୍ୟବାଦୀ ଥାନା ଅଧିକାରୀ ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।

Related posts

ଅଦିନିଆ ଥଣ୍ଡା; ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା

mahabharatanews

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା

mahabharatanews

ବିଭିନ୍ନ ପଞ୍ଚାୟତରେ ଆଇନ ସଚେତନତା କାର୍ୟ୍ୟକ୍ରମ

mahabharatanews