ଓଡିଶା

ସ୍ୱାସ୍ଥ୍ୟ କର୍ମଚାରୀଙ୍କର ନିଆରା ଢ଼ଙ୍ଗରେ କରୋନା ସଚେତନତା

(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ଆଜି ଜଣେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିଆରା ଢ଼ଙ୍ଗରେ କରୋନା ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା । ପେସାରେ ସେ ଜଣେ ସ୍ୱାସ୍ଥ୍ୟ ବିଭାଗର ଚତୁର୍ଥ କର୍ମଚାରୀ । ମାତ୍ର ତାଙ୍କର ନିଶା ହେଉଛି ସମାଜସେବା । କରୋନା ଯୋଗୁ ରାଜ୍ୟରେ ଲକ ଡାଉନ ଜାରି ହୋଇଛି । ବାଲିପୁଟ ସ୍ୱାସ୍ଥ୍ୟ କେନ୍ଦ୍ରର ରମେଶ ଚନ୍ଦ୍ର ପାତ୍ର ଜଣେ ଝାଡୁଦାର ଭାବେ କାର୍ୟ୍ୟରତ । ଏବେ ସେ ନିଜ ସ୍କୁଟି ଯୋଗେ ପୁରୀ ଜିଲ୍ଲା କରୋନା ସଚତେନତା ବାର୍ତ୍ତା ବାଣ୍ଟୁଥିବା ଜଣାପଡିଛି । ତାଙ୍କ ସ୍କୁଟିଟିକୁ ସେ ଏପରି ଭାବେ ସଜାଇଛନ୍ତି ଯେ କେହି ଏହାକୁ ଦେଖିଲେ ନିଶ୍ଚୟ କିଛି ସମୟ ପାଇଁ ଅଟକି ରହିବ । ସେ ଏକ ଗ୍ରାମକୁ ଗ୍ରାମ ବୁଲି କରୋନା ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନତା କରିବା ସହ ରାଜ୍ୟ ସରକାରଙ୍କ ଲକ ଡାଉନକୁ ସମସ୍ତେ ମାନିକି ରହନ୍ତୁ । କରୋନାକୁ କେହି ଘରକୁ ଡାକି ନ ଆଣନ୍ତୁ ସେ ସମ୍ପର୍କରେ ବଜାର ଓ ଗ୍ରାମ ଛକମାନଙ୍କରେ ବୁଲୁଥିବା ଯୁବକମାନଙ୍କୁ ହାତ ଯୋଡି ଘରୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି ।

Related posts

ମହାନଦୀରେ ବନ୍ୟା ଆଶଙ୍କା ; ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା

mahabharatanews

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ଯୌତୁକ ନିର୍ଯାତନା ଅଭିଯୋଗ

mahabharatanews

ହୋଟେଲ ରେଷ୍ଟୁରାଣ୍ଟ ଓ ଅନ୍ୟାନ ପ୍ରତିଷ୍ଠାନ ପାଇଁ ବଡ ଖବର ।

mahabharatanews