ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଲୋକଙ୍କ ଦାନ ଏବେ ସୁଅ ଚୁଟିବାରେ ଲାଗିଛି

(ଜୟନ୍ତ କୁମାର ସେଠୀ): ବିଶ୍ବ ମହାମାରୀ କରୋନା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ଲୋକ ଙ୍କ ଦାନ ଏବେ ସୁଅ ଚୁଟିବାରେ ଲାଗିଛି। ତେବେ ପୁରୀରେ ଜଣେ ଷ୍ଟାଣ୍ଡର୍ଡ ୧ର ଛାତ୍ର ନିଜ ପଖରେ ସଞ୍ଚୟ କରି ରଖିଥିବା ୬୬୬ ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡକୁ ଦାନ କରିଛି। ପୁରୀ ସହରର ମାର୍କେଣ୍ଡ ସ୍ୱର ସାହିର କୁମାର ରୁଦ୍ର ମାଧବ ତାଂକ ଅଭିଭାବକଙ୍କ ସହ ଯାଇ ନିଜ ସଞ୍ଚୟ ଟଙ୍କା ଦାନ କରିଛନ୍ତି। କୁମାର ରୁଦ୍ର ମାଧବ ପୁରୀର ବଚ ପନ ପ୍ଲେ ସ୍କୁଲରେ ଷ୍ଟାଣ୍ଡର୍ଡ ୧ର ଛାତ୍ର। ସେ ମୁଖ୍ୟମନ୍ତ୍ରୀ ଅପିଲ ଶୁଣି ଏହି ମହତ କାର୍ୟ୍ୟ କରୁଥିବା କହିଛନ୍ତି। ସମସ୍ତେ ଏହି ଘଡି ସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି। ଅନ୍ୟପଟେ ପୁରୀ ଏଡିଏମ ପ୍ରଦୀପ ସାହୁ କୁମାର ରୁଦ୍ର ମାଧବ ଭଳି ଏକ କୁନି ପିଲା ଏଭଳି କାର୍ୟ୍ୟ ସମସ୍ତଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି। ସେହିପରି ଓଡିଶା ଅମଲାସଂଘ, ପୁରୀ ଜିଲ୍ଲା ଶାଖାତରଫରୁ ଶ୍ରୀ ଜ୍ଞାନ ରଞ୍ଜନ ଦାସ, ସଂପାଦକ ତଥା ରାଜ୍ୟ ସଂଗଠନ ସଂପାଦକ, ଶ୍ରୀ ମହେନ୍ଦ୍ର କୁମାର ମହାପାତ୍ର, ସଭାପତି ଓ ଶ୍ରୀ ଦିଲ୍ଲୀପ କୁମାର ନାୟକ, ଅଧ୍ୟକ୍ଷଙ୍କ ସହ ପୁରୀ ଜିଲ୍ଲାର ଅମଲା ଭାଇ ଓ ଭଉଣୀ ମାନେ ୫୩୧୧୨/- ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଆର୍ଥିକ ସହାୟତା ଅତିରିକ୍ତ ଜିଲ୍ଲାପାଳ, ପୁରୀ ଶ୍ରୀ ପ୍ରଦୀପ କୁମାର ସାହୁଙ୍କୁ ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରିଛନ୍ତି ।

Related posts

ମନୋରଞ୍ଜନ ପାଣିଗ୍ରାହୀ ହେଲେ ମୁଖ୍ୟ ଆୟକର କମିଶନର

mahabharatanews

ଅସହାୟ ଲୋକଙ୍କୁ ହାତ ବଢାଇଲା ଗ୍ରାମୀଣ ଜୀବନ ସଂଘ

mahabharatanews

ଆଜି ରାୟଗଡ଼ାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

mahabharatanews