ଓଡିଶା

ଶେରଗଡ ପୋଲିସର ପାଟ୍ରୋଲିଂ କଡାକଡି

(ହିଞ୍ଜିଳିକାଟୁ, ରଜନିକାନ୍ତ ପାତ୍ର): ଶେରଗଡ଼ ପୋଲିସ ଲକ୍‌ଡାଉନ ସମୟରେ ପାଟ୍ରୋଲିଂ କଡାକଡି କରିଛି। ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଶେରଗଡ଼ ବଜାର ଛକ ଓ ଚାରି ଛକରେ ପାଟ୍ରୋଲିଂ ଜାରି ରଖିଛନ୍ତି। ରବି ଓ ସୋମବାର ପାଟ୍ରୋଲିଂ ଟିମ୍‌ କାମ ନ ଥାଇ ବାହାରେ ବୁଲୁଥିବା ୧୨ ବାଇକ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ୨ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସେହିପରି ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ଶେରଗଡ଼ କାଳିଆ ହୋ ଟେଲ ଛକରେ ଚଢ଼ାଉ କରି କିଛି ବାଇକ ଚାଳକଙ୍କୁ ତାଗିଦ କରି ଫେରାଇ ଦେଇଥିଲେ।

Related posts

୫ରୁ ଫିଲ୍ମ ‘ଟାଇଗର ୩’ର ଆଡଭାନ୍ସ ବୁକିଂ ଆରମ୍ଭ

mahabharatanews

ଗ୍ରୀଷ୍ମ ପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଶ୍ରୀମନ୍ଦିରର  ୫୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews