ଓଡିଶା

ବିଦେଶି ମଦ ଜବତ ପରେ ପୁଲିସ୍ ମଦ ଫୋପାଡି ଦେଲା

(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି ଟାଉନ ଥାନା ପୁଲିସ୍ ସୋମବାର ପୂର୍ବାହ୍ନରେ ସ୍ଥାନୀୟ କମରେଇ ପଂଚାୟତ ଦଣ୍ଡସିଂହା ଗମ୍ଭାରୀ ଡିହସ୍ଥିତ ରାସ୍ତାରୁ ଗୋଟିଏ ବାଇକ ଜବତ କରିବା ସହିତ ୨ବିୟର ଓ ଗୋଟିଏ ଗ୍ଲାଡିୟସ କମ୍ପାନୀ ରମ ଜବତ କରିଥିଲା । ପରେ ବାଇକର ଚାବିକୁ ପୁଲିସ୍ ନେଇଯାଇ ଅନ୍ୟ ଜଣେ ଯୁବକଙ୍କ ପ୍ୟାକେଟ୍ ରୁ ଗୋଟିଏ ନମ୍ବର ୱାନ୍ ରମ ଜବତ କରିଥିଲା । ପରେ ଅନ୍ୟ ଜଣକ ଘରେ ତନଖି କରିଥିବା ବେଳେ କୈାଣସି ବିଦେଶି ମଦ ପାଇ ନଥିଲା । ବଂରୁ ସଂପୃକ୍ତ ଘର ସମ୍ମୁଖରେ ଥିବା ଏକ ଗଂଜେଇ ଗଛକୁ ପୁଲିସ୍ ନିଜେ ଉପାଡି ଦେଇ ବାହାରକୁ ଫେରିଆସିବା ବେଳେ ବାଇକକୁ ଅନ୍ୟ ଏକ ଚାବିରେ ଖୋଲି ଚାଳକ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । କିନ୍ତୁ ଏହି ସ୍ଥାନଟି କଣିହାଁ ପୁଲିସ୍ ଥାନା ଅଧିନରେ ଯାଉଥିବା କହି ଜବତ ମଦ ଗୁଡିକୁ ବାହାରେ ଫୋପାଡି ଦେଇଥିବା ପୁଲିସ୍ ଏସ୍ଆଇ ରାଜେନ୍ଦ୍ର ମହାପାତ୍ରଙ୍କ ମତାମତ ନେବାରୁ ସେ ପ୍ରକାଶ କରିଛନ୍ତି । ଏନେଇ କୈାଣସି ମାମଲା ରୁଜୁ କରି ନଥିବା ଏସ୍ଆଇ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । ଲକଡାଉନ୍ ସମୟ ବେଧଡକ ଭାବରେ ସମଗ୍ର କଣିହାଁ ବ୍ଲକରେ ଚୋରାରେ ବିଦେଶୀ ମଦ ବିକ୍ରି ହେଉଥିବା ବେଳେ ଅଭିଯୁକ୍ତ ମାନଙ୍କ ପ୍ରତି ପୁଲିସ୍ ର ଏଭଳି ଆଭିମୁଖ୍ୟ ନେଇ ସାଧାରଣରେ ସନ୍ଦେହ ପ୍ରକଟ କରାଯାଇଛି । ସମଗ୍ର ବିଶ୍ୱରେ କରୋନା ମହାମାରୀକୁ ରୋକିବା ପାଇଁ ଜିଲ୍ଲାର ଦକ୍ଷ ତଥା ଲୋକପ୍ରିୟ ଏସ୍ପି ଭାବରେ ସମଗ୍ର ରାଜ୍ୟରେ ପରିଚିତ ଜଗମୋହନ ମୀନା ଖୋଦ୍ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟତା ଜଣାପଡନ୍ତା ବୋଲି ବିଭିନ୍ନ ମହଲରୁ ଦାବୀ ହୋଇଛି ।

Related posts

ଏସସିଏସ କଲେଜ ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଚେତାବନୀ

mahabharatanews

ବର୍ଷା ଆସିଲେ ମନେପଡୁଛି ଡ୍ରେନ୍ ସଫେଇ

mahabharatanews

ୱହାରମୋନୀ-୨୦୨୦ ଅନୁଷ୍ଠିତ

mahabharatanews