ଓଡିଶା

ଛାତ୍ର ଛାତ୍ରୀଙ୍କୁ ଚାଉଳ ବଣ୍ଟନ

ଗୋପ: ରାଜ୍ୟରେ ବିଶ୍ୱ ମହାମାରୀ କରୋନା ଯୋଗୁ ଲକ ଡାଉନ ଘୋଷଣା କରାଯାଇଛି । ଏଥି ପାଇଁ ସମସ୍ତ ଶିକ୍ଷା ଅନୁଷ୍ଠାନଗୁଡିକ ବନ୍ଦ କରାଯାଇଛି । ମାତ୍ର ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀମାନଙ୍କୁ ଏହି ସମୟରେ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ନିମନ୍ତେ ଚାଉଳ ପ୍ରଦାନ କରିଛନ୍ତି । ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ୯ କିଲୋ ଓ ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ୧୩. ୫ ଗ୍ରାମ ଚାଉଳ ବଣ୍ଟନ କରାଯାଇଛି । ଏହି ଅବସରରେ ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତର ହୁମର ଗ୍ରାମରେ ଥିବା ଗତେଶ୍ୱର ଦେବ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୦୪ ଜଣ ଛାତ୍ର ଛାତ୍ରୀଙ୍କ ଘରକୁ ଯାଇ ଡିଲର ରାଜ କିଶୋର ସ୍ୱାଇଁ ଚାଉଳ ବଣ୍ଟନ କରୁଛନ୍ତି । ଶିକ୍ଷକ ମନୋ ରଞ୍ଜନ ଜେନାଙ୍କ ଉପସ୍ଥିତିରେ ଏହି ବଣ୍ଟନ କାର୍ଯ୍ୟ ଚାଲିଛି।

Related posts

ପ୍ରମୋଦିନୀ ରାଉଳଙ୍କୁ ମିଳିଲା ନ୍ୟାୟ: ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ

mahabharatanews

ଦ୍ଵିତୀୟ ଦିନରେ ଶୀତକାଳୀନ ଅଧିବେଶନ

mahabharatanews

ବଉଳା କୁମ୍ଭୀର ଦେଖିବାକୁ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ

mahabharatanews