ଓଡିଶା

ବଉଳା କୁମ୍ଭୀର ଦେଖିବାକୁ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ

(ମମତା ସାମଲ)ମହାଭାରତ: ଶୀତଋତୁ ଆରମ୍ଭ ହେବା ସହିତ ଭିତରକନିକାକୁ ଛୁଟିଛି ପର୍ୟ୍ୟଟକଙ୍କ ସୁଅ । ବଉଳା କୁମ୍ଭୀର ସହିତ ଭିତରକନିକାର ଜୈବ ବିବିଧତା ବୁଲି ଦେଖିବାକୁ ଦୂରଦୂରାନ୍ତରୁ ପ୍ରତିଦିନ ଆସୁଛନ୍ତି ଶହ ଶହ ପର୍ୟ୍ୟଟକ । ଡାଙ୍ଗମାଳ ଓ ଗୁପ୍ତି ଦେଇ ଭିତରକନିକାକୁ ପ୍ରବେଶ ପାଇଁ ରହିଛି ୨ ଟି ପ୍ରବେଶ ଦ୍ୱାର । ବଉଳା କୁମ୍ଭୀର ଦେଖିବାକୁ ୬୦ରୁ ଅଧିକ ବୋଟ୍ ବ୍ୟବସ୍ଥା କରିଛି ରାଜନଗର ବନଖଣ୍ଡ ।
ଦେଶର ଦ୍ୱିତୀୟ ବୃହତମ ଲୁଣା ଜଙ୍ଗଲ ଭିତରକନିକାରେ ପର୍ୟ୍ୟଟକଙ୍କ ଭିଡ ଲାଗିଲାଣି । ପ୍ରାକୃତିକ ହେନ୍ତାଳ ବଣ, ଲୁଣା ଜଙ୍ଗଲ ଭିତରେ ବଉଳା କୁମ୍ଭୀରକୁ ଦେଖିବାକୁ ବେଶ୍ ଆଗ୍ରହ ଦେଖିବାକୁ ମିଳିଛି । ଭିତରକନିକାର ପ୍ରମୁଖ ଆକର୍ଷଣ ମାଳମାଳ ବଉଳ କୁମ୍ଭୀର । ଘଂଚ ହେନ୍ତାଳ ବଣ ଭିତରେ ବା ନଦୀ ପଠାରେ ଶୋଇଥିବା କୁମ୍ଭୀରକୁ ଅତି ନିକଟରୁ ଦେଖିବାର ସୁଯୋଗ ମିଳିଥାଏ ଏହି ଠାରେ ।
୧୪୫ ବର୍ଗ କିଲୋମିଟର ଅଂଚଳ ମଧ୍ୟରେ ବ୍ୟାପ୍ତ ଭିତରକନିକା ଜାତୀୟ ଉଦ୍ୟାନ । ଏହାର ମଧ୍ୟରେ ମୁଖ୍ୟ ଆକର୍ଷଣ ବଉଳାକୁମ୍ଭୀର । ଏଠାକୁ ଆସୁଥିବା ପର୍ୟ୍ୟଟକ ସ୍ଥଳପଥ ଅପେକ୍ଷା ଜଳପଥରେ ବୁଲି କୁମ୍ଭୀର ଦେଖିବାକୁ ବେଶ୍ ପସନ୍ଦ କରିଥାନ୍ତି । ଖାସ୍ ଏଥିପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଭିତରକନିକାରେ ୬୪ଟି ବୋଟ୍ ନିୟୋଜନ କରାଯାଇଛି । ଏହା ସହିତ ୧୦ଟି କଟେଜ ମଧ୍ୟ ନିର୍ମାଣ ହୋଇଛି ।

Related posts

ଜଳିଗଲା ବସ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ

mahabharatanews

୧୮ରୁ ସିଲ ହେବ ପୁରୀର ସମସ୍ତ ମଦ ଦୋକାନ

mahabharatanews

ଆସନ୍ତା ମାର୍ଚ୍ଚ ୨୫ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ

mahabharatanews

Leave a Comment