ଭୁବନେଶ୍ୱର: ଲକ୍ ଡାଉନ ସମୟରେ ରାଜ୍ୟରେ ରହିଯାଇଛନ୍ତି ଅନେକ ବାହାର ରାଜ୍ୟର ଶ୍ରମିକ । କାମ ନଥିବାରୁ ସେମାନଙ୍କ ସ୍ଥିତି ଗମ୍ଭୀର ହୋଇ ପଡିଥିବା ବେଳେ ସେମାନଙ୍କ ଦ୍ୱାରା ମଧ୍ୟ କରୋନା ସଂକ୍ରମଣର ସମ୍ଭାବନା ରହିଛି । ତେଣୁ ରାଜ୍ୟ ସରକାର ଏହି ଶ୍ରମିକମାନଙ୍କୁ କରୋନାର ଭୟାବହତାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଡିଏମଏଚପି)ର ଟିମ ସବୁ ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ଥିବା ଶ୍ରମିକଙ୍କୁ ସଚେତନ କରାଉଛନ୍ତି । ସେମାନଙ୍କୁ ହାତ ପରିସ୍କାର ରଖିବା, ସୁଦ୍ଧ ବାୟୁ ସେବନ, ସାମାଜିକ ଦୂରତା ଓ ମାନସିକ-ସାମାଜିକ ବିଷୟ ଉପରେ ଶିକ୍ଷା ଦିଆଯାଉଛି ।
previous post
next post
