ଓଡିଶା

ବଡଦାଣ୍ଡକୁ ସାନିଟାଇଜ କଲା ଅଗ୍ନିଶମ ବିଭାଗ

ପୁରୀ: ଆଜି କରୋନା ପାଇଁ ପୁରୀ ବଡଦାଣ୍ଡକୁ ସାନିଟାଇଜ କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସହ ଶ୍ରୀମନ୍ଦିର କାର୍ୟ୍ୟାଳୟକୁ ମଧ୍ୟ ସାନିଟାଇଜ କରାଯାଇଛି । ବିଶୋଧନ କାର୍ୟ୍ୟରେ ୧୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛି । ପୁରୀ ବଡଦାଣ୍ଡ, ସଦର ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲାପାଳଙ୍କ ଅଫିସ, ଏସ୍‌ପି ଅଫିସ୍‌ ସହିତ ବିଭିନ୍ନ ସାହି ଓ ଗଲିକନ୍ଦିକୁ ସାନିଟାଇଜ କରାଯାଇଛି । ଏହା ସହିତ ନିକଟରେ ଥିବା କିଛି ଗାଁମାନଙ୍କକୁ ମଧ୍ୟ ସାନିଟାଇଜ କରାଯାଇଛି । ଅଗ୍ନିଶମ ବାହିନୀର ୧୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଏହି ସାନିଟାଇଜ୍‌ କାର୍ୟ୍ୟରେ ନିୟୋଜିତ ଅଛନ୍ତି । ଅଗ୍ନିଶମ ବିଭାଗର ଗାଡିରେ ସାନିଟାଇଜର ମିଶ୍ରଣ କରାଯାଇ ବଡ ଦାଣ୍ଡ ସହ ଶ୍ରୀମନ୍ଦିର କାର୍ୟ୍ୟାଳୟ ସାନିଟାଇଜ୍‌ କରାଯାଇଥିଲା । କରୋନା ସ୍ଥିତିକୁ ଦେଖି ଏବେ ଶ୍ରୀମନ୍ଦିରେ ସାଧାରଣ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ବନ୍ଦ କରାଯାଇଛି । ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତିକାନ୍ତି କରାଯାଉଛି ।

Related posts

ମେଗା ଜଳ ପ୍ରକଳ୍ପ ଓଭରହେଡ୍ ଟ୍ୟାଙ୍କର ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

ପାରାଦ୍ୱୀପ ବନ୍ଦରରେ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

mahabharatanews

ବାବା ଲିଙ୍ଗରାଜଙ୍କୁ ଦର୍ଶନ କଲେ ଶାହା

mahabharatanews