ଓଡିଶା

୨୦୦ ଶଯ୍ୟା ବିଶିଷ୍ଟ କରନା ମେଡିକାଲ ପାଇଁ ସହଯୋଗ ର ହାତ ବଢ଼ାଇଲା ନାଲକୋ

(ଟୁକୁନା ଖରା, ନବରଙ୍ଗପୁର): ନବରଙ୍ଗପୁର ସ୍ଥିତ ବିଇଡି କଲେଜ ରେ ୨୦୦ ଶଯ୍ୟା ବିଶିଷ୍ଟ କରନା ମେଡିକାଲ ପାଇଁ ସହଯୋଗ ର ହାତ ବଢାଇଲା ନାଲକୋ । ଆଜି ନବରଙ୍ଗପୁର ସ୍ଥିତ ଖ୍ରୀଷ୍ଟିୟାନ ମେଡିକାଲ କତ୍ତୃପକ୍ଷ ଓ ନାଲକୋ କତ୍ତୃପକ୍ଷ ଙ୍କ ସହିତ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ଚୁକ୍ତି ସ୍ଵାକ୍ଷର କରିଛନ୍ତି । ପୂର୍ବରୁ ନବରଙ୍ଗପୁର ସ୍ଥିତ ବିଇଡି କଲେଜ ରେ ଏହି ୨୦୦ ଶଯ୍ୟା ବିଶିଷ୍ଟ କରନା ହସ୍ପିଟାଲ ପାଇଁ ଖ୍ରୀଷ୍ଟିୟାନ ମେଡିକାଲ ସହିତ ଏମଓୟୁ ସ୍ଵାକ୍ଷର କରିଥିଲା ଜିଲ୍ଲା ପ୍ରଶାସନ ବର୍ତ୍ତମାନ ଏହି ମେଡିକାଲ ପାଇଁ ସହଯୋଗ ର ହାତ ବଢ଼ାଇଛି ନାଲକୋ । ଏହି ଏମଓୟୁ ସ୍ଵାକ୍ଷର ରେ ପ୍ରଥମ ପାର୍ଟି ଜିଲ୍ଲା ପ୍ରଶାସନ, ଦ୍ଵିତୀୟ ପାର୍ଟି ଖ୍ରୀଷ୍ଟିୟାନ ମେଡିକାଲ ଓ ତୃତୀୟ ପାର୍ଟି ଭାବେ ନାଲକୋ ରହିଛି । ଆଜି ଏ ବାବଦରେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟରେ ଆୟୋଜିତ କାର୍ୟ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଖ୍ରୀଷ୍ଟିୟାନ ମେଡିକାଲ କତ୍ତୃପକ୍ଷ, ନାଲକ କତ୍ତୃପକ୍ଷ ଉପସ୍ଥିତ ରହିଥିଲେ । ଏହା ପରେ ସମସ୍ତେ ବିଇଡ଼ି କଲେଜ କୁ ଯାଇ ଚାଲୀ ଥିବା କମ କୁ ଦିଖିଥିଲେ।ସାମ୍ବାଦିକ ସମ୍ମିଳନୀରେ ଏବାବଦରେ ନାଲୋକ କତ୍ତୃପକ୍ଷ ସୂଚନା ଦିଆଯାଇଥିଲେ ।

Related posts

ବଣମହୁଲଡିହା ସୁନାମୁଖୀ ହାଇସ୍କୁଲର ବାର୍ଷିକ ଉତ୍ସବ

mahabharatanews

ନୂଆପଡା ଉପନିର୍ବାଚନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

mahabharatanews

ଅଞ୍ଜଳୀର ପରିବାରକୁ ସାହାଯ୍ୟ କଲେ ଶାହାରୁଖ

mahabharatanews