ଓଡିଶା

ହଟିଲା କଟକ ପଟାପୋଲ କଣ୍ଟେନମେଣ୍ଟ କଟକଣା

କଟକ: କଟକ ପଟ୍ଟାପୋଲ ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ହଟାଇଲା କଟକ ମହାନଗର ନିଗମ କର୍ତ୍ତୃପକ୍ଷ । ଏହି ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପଟ୍ଟାପୋଲ ଅଞ୍ଚଳକୁ କଣ୍ଟେନମେଣ୍ଟଣ୍ଟ ଜୋନ୍ ବାଅ।ବଦ୍ଧଞ୍ଚଳ ଘୋଷଣା କରାଯାଇଥିଲା । ତେବେ ସେହି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଓ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ କଣ୍ଟେନମେଣ୍ଟ ଜୋନ୍ କଟକଣାକୁ ଉଠାଇ ଦେଇଛନ୍ତି କଟକ ମହାନଗର ନିଗମ କର୍ତ୍ତୃପକ୍ଷର କମିଶନର । ଗତ ୪ ତାରିଖରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । କଣ୍ଟେନମେଣ୍ଟ ଜୋନ୍ କଟକଣା ହଟିଥିଲେ ବି ସେଠାରେ ଲକ୍ଡାଉନ୍ କଟକଣା ବଳବତ୍ତର ରହିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

Related posts

ବଢିବ ତାତି : ସମ୍ବଲପୁରରେ ସର୍ବୋଚ୍ଚ ୪୩.୩ ଡିଗ୍ରି

mahabharatanews

ଅମ୍ଫାନ କ୍ଷୟକ୍ଷତିର ସମୀକ୍ଷା କଲେ ବିଧାୟକ ପ୍ରଣବ ପ୍ରକାଶ

mahabharatanews

ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା

mahabharatanews