ଓଡିଶା

ଆଉ କେତେ ଦାଦନ ଶବ ପରେ ଚେତିବେ ସରକାର

କଳାହାଣ୍ଡି/ଗୋଲାପ ସାହୁ : ଆଉ କେତେ ଦାଦନ ଶବ ପରେ ଚେତିବେ ସରକାର। ଫେରୁଛି ଆଉ ଏକ ଦାଦନ ଶବ | ଦୁଇ ଓଳା ଦୁଇମୁଠା ଦାନା ପାଇଁ ଅନତି ଦୂରକୁ ଯାଉଛନ୍ତି ଓଡିଶାର ଅନେକ ଯୁବକ ହେଲେ ଫେରିଲା ବେଳକୁ କେବଳ ଦେହ ହିଁ ଫେରୁଛି । ଦୁଇ ମାସ ତଳେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କାଉଡୋଲା ପଞ୍ଚାୟତ ମହାଜନଗୁଡା ଗ୍ରାମର ଲୁଦ୍ରପ୍ରସାଦ ବେଶ୍ରା ଙ୍କ ୨୦ ବର୍ଷିଆ ଭେଣ୍ଡିଆ ମହେନ୍ଦ୍ର ବେଶ୍ରା ତାମିଲନାଡୁ କାଦୁବାଟି ପାଦୀୟମ ର ଏକ ସୁତାକଲ ରେ କାମ ପାଇଁ ଯାଇଥିଲେ। ହେଲେ ଆଜି ସକାଳ ରୁ ଖବର ମିଳିଛି,ଏକ ଗଛ ରେ ମହେନ୍ଦ୍ର ର ଝୁଲନ୍ତା ମୃତ୍ୟୁ ଦେହ ମିଳିଛି। ଖବର ପାଇ ପରିବାର ଭାଙ୍ଗି ପଡିଛନ୍ତି। କୋକସରା ଅଞ୍ଚଳ ରେ ଦାଦନ ଶବ ମୃତ୍ୟୁ ଘଟଣା ଉଗ୍ର ରୁପ ନେଲାଣି।ଦାଦନ ଯାଉଛି ଆଉ ପ୍ରତି ଘରୁ ଶବ ଫେରୁଛି। ଗଣତନ୍ତ୍ର ରେ ସାଧାରଣ ଳୋକ ଙ୍କ ସୁରକ୍ଷା ଦାୟିତ୍ବ ରାଜ୍ୟ ସରକାର ଙ୍କ ଉପରେ ଥାଏ।ଏଠି ତ ସରକାରୀ ବ୍ୟବସ୍ଥା କାଙ୍ଗାଲ। ଶ୍ରମିକ ଠୁ ଲୁଟୁଛନ୍ତି,ମାଲେ ମାଲ ହେଉଛନ୍ତି। ତେବେ ଲୋକେ ଭରସା କରିବେ କାହା ଉପରେ ।

Related posts

ଟିପିଏସଏଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ

mahabharatanews

ନିଶା ଦ୍ରବ୍ୟରକୁ ଅଭ୍ୟାସ ଓ ଅବୈଧ ତସ୍କରୀକୁ ରୋକିବା ନିମନ୍ତେ  ନିରକାରଣ ଦିବସ ପାଳନ 

mahabharatanews

ଲୋକଙ୍କୁ ଘାରୁଛି କୁମ୍ଭୀର ଭୟ

mahabharatanews