Uncategorized

୧୯ ଦିନ ପାଇଁ ଲକଡାଉନ ବଢାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନାକୁ ସାମ୍ନା କରିବାକୁ ପୂର୍ବରୁ ଦେଶରେ ଲାଗୁ ହୋଇଥିବା ୨୧ ଦିନିଆ ଲକଡାଉନ ଆଜି ଶେଷ ହେଉଥିବା ବେଳେ ଏହାକୁ ଦ୍ୱିତୀୟ ପର୍ଯ୍ୟାୟରେ ମେ ୩ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଆଜି ପୂର୍ବାହ୍ନ ଠିକ୧୦ଟା ବେଳେ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଲକଡାଉନ ଅବଧି ବଢାଇବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି । ଏପ୍ରିଲ ୨୦ ଯାଏ ଏହି କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ। ଯଦି ଏହି ସମୟସୀମା ମଧ୍ୟରେ ଯେଉଁ ସବୁ ସ୍ଥାନରେ କରୋନା ହଟସ୍ପଟ ସୃଷ୍ଟି ହେବନାହିଁ। ସେଠାରେ କଟକଣାକୁ ସମାନ୍ୟ କୋହଲ କରାଯିବ ବୋଲି ମୋଦି କହିଛନ୍ତି। ଦ୍ୱିତୀୟ ପର୍ୟ୍ୟାୟ ଲକଡାଉନ ପାଇଁ ଗାଇଡଲାଇନ ଆସନ୍ତାକାଲି ପ୍ରକାଶ କରାଯିବ। ଏପ୍ରିଲ ୨୦ ଯାଏ ସମସ୍ତ ଜିଲ୍ଲା, ରାଜ୍ୟ ଓ ସ୍ଥାନୀୟ ଅଞ୍ଚଳର ସ୍ଥିତି ତୀକ୍ଷ୍ଣ ଭାବେ ସମୀକ୍ଷା କରାଯିବ।

ଯେଉଁ ସବୁ ରାଜ୍ୟରେ ଲକଡାଉନ କଟକଣା କଡ଼ାକଡ଼ି ଭାବେ ପାଳନ କରାଯାଉଛି, ସେଠାରେ ସାମାନ୍ୟ କୋହଳ ପାଇଁ ସର୍ତ୍ତ ମୂଳକ ଅନୁମତି ଦିଆଯିବ। ଲକଡାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଏଥିସହ ଏହି ସମୟରେ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ମଧ୍ୟ କହିଛନ୍ତି। ଏହି ଦ୍ୱିତୀୟ ଲକଡାଉନର ଅବଧି ୧୯ ଦିନ ରହିଛି। ଅର୍ଥାତ ୧୫ ଏପ୍ରିଲରୁ ଏହା କାର୍ୟ୍ୟକାରୀ ହୋଇ ମେ’ ୩ ଯାଏ ଲକଡାଉନ ପାଳନ କରାଯିବ। ପ୍ରଥମ ପର୍ୟ୍ୟାୟ ଲକଡାଉନ ବେଳେ ପ୍ରାୟ ସବୁ କ୍ଷେତ୍ରରେ କଟକଣା ଲାଗିଥିଲା। କିନ୍ତୁ ଏଥର ଜାନ ବି ଓ ଜାହାନ ବି ନୀତି ଆପଣାଇଛନ୍ତି ମୋଦି ସରକାରର। ଜୀବନ ସହ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, “୨୧ ଦିନିଆ ଲକଡାଉନ ଯୋଗୁ ଅନେକ ଲୋକ କଷ୍ଟ ସହିଛନ୍ତି। କିଏ ଖାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଆଉ କିଏ ନିଜ ପରିବାରର ଠାରୁ ଦୂରରେ ରହିଛି। ତଥାପି ଆପଣମାନେ କରୋନା ଲଢ଼େଇରେ ନିଜକୁ ସାମିଲ କରି ଲକଡାଉନକୁ ସଫଳ କରିଛନ୍ତି। ଏଥିପାଇଁ ସମସ୍ତଙ୍କୁ ଶତଶତ ନମସ୍କାର ଓ ଧନ୍ୟବାଦ। ଦେଶବାସୀଙ୍କ ଧୈର୍ୟ୍ୟ ପାଇଁ ଆମେ କିଛି କ୍ଷେତ୍ରରେ କରୋନାକୁ ରୋକିବାରେ ସକ୍ଷମ ହୋଇପାରିଛୁ। ଆପଣମାନେ କଷ୍ଟ ସହିଥିବାରୁ ଦେଶ ବର୍ତ୍ତି ଯାଇଛି। ଅନେକ ରାଜ୍ୟରେ ନୂଆ ବର୍ଷ ଆରମ୍ଭ ହୋଇଛି। ହେଲେ ଲକଡାଉନ ବେଳେ ଲୋକମାନେ ଏହି ପର୍ବକୁ ଘର ଭିତରେ ରହି ପାଳନ କରିଛନ୍ତି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ବିଶ୍ୱରେ କରୋନା ସ୍ଥିତି ଯାହା ସେକଥା ସମସ୍ତେ ଜାଣିଛନ୍ତି। ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ କେମିତି କରୋନାର ମୁକାବିଲା ହେଉଛି ସେକଥା ସମସ୍ତେ ଦେଖୁଛନ୍ତି। ଦେଶବାସୀ ଏହାର ସାକ୍ଷୀ ରହିଛନ୍ତି। ଭାରତରେ ମାତ୍ର ୫୫୦ କରୋନା ଆକ୍ରାନ୍ତ ଥିବା ବେଳେ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିଲା। ସ୍ଥିତି ବିଗିଡ଼ିବା ପୂର୍ବରୁ ହିଁ ଭାରତରେ କଟକଣା ଲାଗୁ ହୋଇଥିଲା। ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତର ସ୍ଥିତି ବେଶ ସକାରାତ୍ମକ ରହିଛି। ମାସେ ଦେଢ଼ ମାସ ପୂର୍ବରୁ କିଛି ଦେଶର ସ୍ଥିତି ଭାରତ ସମକକ୍ଷ ଥିଲା। ହେଲେ ଏହି ସମୟ ସୀମା ମଧ୍ୟରେ ଉକ୍ତ ରାଷ୍ଟ୍ରଗୁଡ଼ିକରେ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ୩୦ରୁ ୪୦ ଗୁଣ ବଢ଼ି ଯାଇଛି। ହେଲେ ଭାରତରେ ଲକଡାଉନ ଲାଗୁ କରାଯାଇଥିବାରୁ ସ୍ଥିତିରେ ସୁଧାର ଆସିଛି । ତେଣୁ ସବୁ କଥାକୁ ବିଚାର କରି ମେ’ ୩ ଯାଏ ଲକଡାଉନ ବୃଦ୍ଧି କରାଯାଉଛି।”

ଆଜିର ଉଦ୍ବୋଧ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁରେ ମାସ୍କ ବାନ୍ଧିଥିବା ଦେଖିବାକୁ ମଳିଥିଲା। ତେବେ ନିଜର ଉଦବୋଧନ ବେଳେ ଏହାକୁ ଖୋଲି ଦେଇଥିଲେ। ନିଜର ଉତ୍ତରୀୟ ଜରିଆରେ ନିଜ ନାକ ଓ ପାଟିକୁ ଘୋଡ଼ାଇ ରଖିଥିଲେ।

Related posts

ପିଜ୍ଜା ଡେଲିଭରୀ ବୟଙ୍କୁ କରୋନା: ହୋମ କ୍ୱାରେଣ୍ଟାଇନରେ ୭୨ ପରିବାର

mahabharatanews

ସାପ କାମୁଡ଼ାରେ ଭାଇଭଉଣୀ ମୃତ

mahabharatanews

ସ୍ୱପ୍ନରେ ଏଭଳି ପକ୍ଷୀ ଦେଖୁଛନ୍ତି କି? ଶେଷ ହୋଇପାରେ ଆପଣଙ୍କ ସମସ୍ୟା

mahabharatanews