ଓଡିଶା

କରୋନା ମୁକାବିଲା: ଓଡ଼ିଶା ଆଶା କର୍ମୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୧ ହଜାର ଟଙ୍କାର  ପ୍ରଦାନ 

କୋରାପୁଟ : କରୋନା ଯୋଦ୍ଧା ଅଶାଙ୍କ ପକ୍ଷରୁ ୧୧ ହଜାର ସହାୟତା – କରୋନା ମୁକାବିଲା ପାଇଁ ଓଡ଼ିଶା ଆଶା କର୍ମୀ ସଙ୍ଘ କୋରାପୁଟ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୧ ହଜାର ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ଆଶା କର୍ମୀମାନେ ଗାଁ ଗାଁ ବୁଲି ନିରନ୍ତର ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ତେବେ ସମ୍ପ୍ରତି ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ କରି ସେମାନଙ୍କ ସେବା ମାନବୃତ୍ତିକୁ ବ୍ୟକ୍ତ କରିଛନ୍ତି । ଉକ୍ତ ଅର୍ଥ ଆଶା ପାଣ୍ଠିରୁ ପ୍ରଦାନ କାଯାଇଥିବା ଜଣାପଡିଛି । ଆଜି ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ଭେଟି ଏହି ଅନୁଦାନ ପ୍ରଦାନ କରାଯାଇଛି । ସଙ୍ଘର ରାଜ୍ୟ ସଭାପତି କମଳା ବେହେରା, ଜିଲ୍ଲା ସଭାପତି ପ୍ରଣତି ଗରଡା, ଜିଲ୍ଲା ସମ୍ପାଦିକା ଭବାନୀ ପୂଜାରୀ, କୁନ୍ଦ୍ରା ବ୍ଲକ କୋଷାଧ୍ୟକ୍ଷା ହେମଲତା ନାୟକଙ୍କ ସହ ବିଏମଏସ ଜିଲ୍ଲା ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ଷଡଙ୍ଗୀ ଉପସ୍ଥିତ ରହି ଏହି ଅନୁଦାନ ପ୍ରଦାନ କରିଥିଲେ ।ରିପୋର୍ଟ ସୁନ୍ଦର କୁମାର ପାଣି।

Related posts

କୋଶଲ ୟୁବ ସମନ୍ୱୟ ସମିତି ଉଲୁଣ୍ଡା ତରଫରୁ ରକ୍ତଦାନଶିବିର ଅନୁଷ୍ଠିତ ହୋଇଯାଇଛି

mahabharatanews

ଆନନ୍ଦବଜାର ବିଶୃଙ୍ଖଳା: ଅଣସୁପକାରଙ୍କ ଉପରେ ରୋକ

mahabharatanews

ଭୋଗ ହେଲା କାଳ

mahabharatanews