ଓଡିଶା

କରୋନା ପାଇଁ ଭ୍ରମ୍ୟମାଣ ରକ୍ତ ସଂଗ୍ରହ ଅଭିଯାନ

(ରଜନୀକାନ୍ତ ପାତ୍ର/ହିଞ୍ଜିଳିକାଟୁ): ରବିବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ପୌର ପରିଷଦ କାର୍ୟ୍ୟାଳୟ ପ୍ରାଙ୍ଗଣରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କରୋନା ଜନିତ ପ୍ରତିବନ୍ଧକ କାରଣରୁ ଶିବିର ଆୟୋଜନ କରି ରକ୍ତ ସଂଗ୍ରହ କରାଯାଇ ପାରୁନଥିବାରୁ, ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି। ଏହିଭଳି ପ୍ରତିକୂଳ ପରିସ୍ଥିତିରେ ରକ୍ତ ଅଭାବ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ପ୍ରଥମେ ଅଲାରିଗଡ ଠାରେ ନିଜେ ରକ୍ତଦାନ କରି ଏହାର ଶୁଭାରମ୍ଭ କରିଥିବା ବେଳେ ଆଜି ତୃତୀୟ ଦିନରେ ହିଞ୍ଜିଳିକାଟୁରେ ୨୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ପୌର ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ, ଥାନାଧିକାରୀ ଅଭିମନ୍ୟୁ ଦାଶ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଯୁବ ବିଜେଡି ନେତା କିରଣ କୁମାର ପଟ୍ଟନାୟକ, ପୌର ପରିଷଦ କାର୍ୟ୍ୟାଳୟର ବିବେକାନନ୍ଦ ମହାପାତ୍ର ଓ ପୌର ପରିଷଦ କାର୍ୟ୍ୟାଳୟର କନିଷ୍ଟ ଯନ୍ତ୍ରୀ ଦିଲୀପ କୁମାର ମିଶ୍ରଙ୍କ ସହ ବହୁ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Related posts

ଓଡ଼ିଶାରେ ପହଁଚିଲେ WHO ଟିମ

mahabharatanews

ଗଞ୍ଜାମରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣ ମୁଣ୍ଡ ଗଲା

mahabharatanews