ଓଡିଶା

ବ୍ଲକ ଅଧକ୍ଷାଙ୍କ ମାନବିକତା ଲକଡାଉନରେ ସାଜିଛନ୍ତି ଦୁଃଖହାରୀଣୀ

(କଣିହାଁ/ଜ୍ୟୋତିରଂଜନ ଧର): କଣିହାଁ ବ୍ଲକରେ ଲକଡାଉନ କଡାକଡି ରହିଛି । ଫଳସୂରୁପ ବ୍ଲକସ୍ଥିତ ଗ୍ରାମଚଂଳର ଦିନ ମଜୁରିଆ, ଲେବର ଭାବରେ କାମକରି ପରିବାର ପୋଷୁଥିବା ଲୋକଙ୍କୁ ଲକଡାଉନ(ତାଲାବନ୍ଦ) ଯୋଗୁଁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏଭଳି ସଂକଟଜନକ ସ୍ଥିତିରେ ୨୭ ପଂଚାୟତର ଗ୍ରାମାଚଂଳରେ ଅସହାୟ, ଲେବର ତଥା ଗରିବ ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ବିତରଣ କରୁଛନ୍ତି ବ୍ଲକ ଅଧକ୍ଷା । ବିରୁ ପଂଚାୟତ ଢୁଲଗୁଣ୍ଡିଆ, ବାଲିଝରଣ ଗ୍ରାମର ୨ଟି ସାହି ଏବଂ ବୁରୁକୁନା ପଂଚାୟତସ୍ଥ ନାଇକାନାଳି ଗ୍ରାମକୁ ରବିବାର ସକାଳ ପହଁଚି ଗୁଡ, ଚୁଡା, ସାବୁନ ବିତରଣ କରିଛନ୍ତି ବ୍ଲକ ଅଧକ୍ଷା । ସେହିପରି ପୂର୍ବରୁ ବାଲିପଶି ପଂଚାୟତ ଲୋଧାଝରୀ ଗ୍ରାମର ଲୁମୁଣାସାହି ଓ ହରିଜନ ବସ୍ତିର ୬୦ପରିବାରଙ୍କୁ ରନ୍ଧା ଖାଦ୍ୟ ଓ କମରେଇ ପଂଚାୟତ ନକନକା ଯାଜାବର ବସ୍ତି ୫୪ ସଦସ୍ୟ ଏବଂ ହରିହରପୁର ପଂଚାୟତ ମାଙ୍କେଡିଆ ବସ୍ତିର ୬୧ ପରିବାର ଙ୍କୁ ରୋଷେଇ ସାମଗ୍ରୀ ସହିତ ଚୁଡା, ଗୁଡ, ସାବୁନ, ମାକ୍ସ, ସାନିଟାଜର ବଣ୍ଟନ କରିଥିଲେ । ଲକଡାଉନର ପୂର୍ବ ସ୍ଥିତି ଓ ପରବର୍ତ୍ତି ସ୍ଥିତିକୁ ମୁଁ ଅନୁଭବ କରୁଛି । ଲୋକଙ୍କ ପରିସ୍ଥିତ କେଉଁ ପଂଚାୟତରେ କଣ ସ୍ଥିତି ରହୁଛି ପ୍ରତିମୁହୂତ୍ୱରେ ସ୍ଥାନୀୟ ସମିତି ସଭ୍ୟ/ସଭ୍ୟା ଓ ସରପଂଚଙ୍କ ସହିତ ଯୋଗାଯୋଗରେ ଅଛି । ଲକଡାଉନ ଫଳରେ ଲୋକେ ବାହରକୁ ବାହରି ପାରୁନାହାଁନ୍ତି । କାମଧନ୍ଧା ତ ଦୂରର କଥା । ଯେଉଁଠି ଅସୁବିଧା ଖବର ମିଳୁଛି ସେଠି ନିଶ୍ଚିନ୍ତ ପହଁଚି ଯଥା ସମ୍ଭବ ସାହାର୍ଯ୍ୟ କରିବୁ କିନ୍ତୁ ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ମୋ ତରଫରୁ ମୁଁ ଅନୁରୋଧ କରିଛି । ମୋର ବ୍ୟକ୍ତିଗତ ପ୍ରଚେଷ୍ଠାରେ ଲୋକଙ୍କୁ ସହାୟତା ଜାରି ରହିଛି ଏବଂ ଲକଡାଉନ ସରିବା ପର୍ଯ୍ୟନ୍ତ ଜାରି ରହିବ ବୋଲି ଅଧକ୍ଷା ଶ୍ରୀମତୀ ସାହୁ କୁହନ୍ତି ।

Related posts

ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଘେଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ଗାଡ଼ି ଧକ୍କାରେ କଲରାପତରିଆ ବାଘ ମୃତ୍ୟୁ 

mahabharatanews

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

mahabharatanews