Uncategorized

ମେ ସୁଦ୍ଧା ଦେଶରେ ସଂକ୍ରମଣ ୭୫ ହଜାର ପାର କରିବ

ନୂଆଦିଲ୍ଲୀ: ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୨୧୩୯୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୬୮୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଓ ୪୨୫୭ ଜଣ ସୁସ୍ଥ ହୋଇଛନ୍ତି । ଗତ କିଛିଦିନ ହେବ ସଂକମିତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ହେଲେ ଏହି ମହାମାରୀ ମେ ମାସ ମଧ୍ୟଭାଗରେ ଶୀର୍ଷସ୍ତରରେ ପହଞ୍ôଚବ ଏହା ପରେ ହିଁ ହ୍ରାସ ପାଇବ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ବିଶ୍ୱସ୍ତରୀୟ କନସଲ୍‌ଟାଣ୍ଟ ଫାର୍ମ ‘ପ୍ରୋଟିଟି’ ସହାୟତାରେ ଟାଇମ୍ସ ନେଟୱର୍କ କରିଥିବା ଏହି ସର୍ଭେ ରିପୋର୍ଟରେ ୩ଟି ଭିନ୍ନ ସମ୍ଭାବ୍ୟ ସ୍ଥିତିର ଚିତ୍ର ଦେଖିବାକୁ ମିଳିଛି । ଏଥିରେ ଆକଳନ କରାଯାଇଛି ଯେ, ମେ ୨୨ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ହଜାର ଟପିପାରେ।

କରୋନା ଭାଇରସ୍‌ର ଅଗ୍ରଗତି ସମ୍ପର୍କରେ ପୂର୍ବାନୁମାନ କରିବା ପାଇଁ ସର୍ଭେ ଟିମ୍‌ ୩ଟି ମଡେଲ ପ୍ରସ୍ତୁତ କରିଥିଲା। ତାହା ହେଲା ପର୍ସଣ୍ଟେଇଜ୍‌ ମଡେଲ, ଟାଇମ୍‌ ସିରିଜ୍‌ ମଡେଲ ଏବଂ ସସ୍‌ପେଟିବଲ ଏକ୍ସପୋଜଡ୍‌ ଇନ୍‌ଫେକ୍ଟେଡ୍‌ ରିକଭର୍ଡ (ଏସ୍‌ଇଆଇଆର୍‌) ମଡେଲ। ପ୍ରତ୍ୟେକ ମଡେଲରୁ ଏକ ଆକଳନ ସାମ୍ନାକୁ ଆସିଥିଲା। ବିଭିନ୍ନ ଅବସ୍ଥାରେ ଏହି ମହାମାରୀର ପ୍ରକୋପ କିପରି ହୋଇପାରେ, ସରକାର ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି ଏହି ସଙ୍କଟକୁ କିପରି ମୁକାବିଲା କରିପାରିବେ ସେ ସମ୍ପର୍କରେ ସେଥିରୁ ସୂଚନା ମିଳିଥିଲା।

ପର୍ସଣ୍ଟେଇଜ୍‌ ମଡେଲ ଦ୍ୱାରା ଇଟାଲୀ ଏବଂ ଆମେରିକାରେ କରୋନା ବ୍ୟାପିବା ଧାରାକୁ ଅନୁଧ୍ୟାନ କରାଯାଇ ସେହି ଆଧାରରେ ଭାରତରେ ଏହି ସଂକ୍ରମଣର ସ୍ଥିତି ସମ୍ପର୍କରେ ପୂର୍ବାନୁମାନ କରାଯାଇଛି। ଟାଇମ ସିରିଜ ମଡେଲ ଦ୍ୱାରା ଚାଇନା ଏବଂ ଦକ୍ଷିଣ କୋରିଆର ସମୟ ଅବଧି ମଧ୍ୟରେ ତଥ୍ୟକୁ ବିଚାରକୁ ନିଆଯାଇ ତାହାକୁ ଭାରତର ସ୍ଥିତି ଅଧ୍ୟୟନ ପାଇଁ ବ୍ୟବହାର କରାଯାଇଛି। ସେହିପରି ଏସ୍‌ଇଆଇଆର୍‌ ମଡେଲ ଭୂତାଣୁର ପୁନଃଉତ୍ପନ୍ନ ହାରକୁ ଆକଳନ କରିଛି। ଜଣେ କରୋନା ରୋଗୀ ହାରାହାରି କେତେଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାନ୍ତି ସେ ନେଇ ଏସ୍‌ଇଆଇଆର୍‌ ମଡେଲ ଅନୁଧ୍ୟାନ କରିଛି। ୩ ମଡେଲରୁ ଏହି ମହାମାରୀ ପ୍ରକୋପ ପାଇଁ ୬ଟି ଅନୁମାନ କରାଯାଇଛି। ସେଥିରୁ ସଙ୍କେତ ମିଳୁଛି ଯେ, କେବେ ଲକ୍‌ଡାଉନ୍‌ ଉଠାଇବା ସୁରକ୍ଷିତ ହେବ।

ଭାରତରେ କରୋନା ସଂକ୍ରମଣ କେବେ ବିଲୋପ ହେବ ସେ ନେଇ ସର୍ଭେ ରିପୋର୍ଟରେ ୨ଟି ଦୃଶ୍ୟପଟ ସମ୍ପର୍କରେ ପୂର୍ବାନୁମାନ କରାଯାଇଛି। ପ୍ରଥମରେ, ଯଦି ଲକ୍‌ଡାଉନ୍‌ ମେ ୩ ପରେ ବଢ଼ାଯାଏ ତା’ହେଲେ ଭୂତାଣୁର ପୁନଃଉତ୍ପନ୍ନ ହାର ୦.୮ ରହିବ। ଅର୍ଥାତ୍‌ ଜଣେ କରୋନା ରୋଗୀଙ୍କ ଦ୍ୱାରା ଅନ୍ୟ ୦.୮ ବ୍ୟକ୍ତିଙ୍କୁ ସଂକ୍ରମିତ କରିବେ। ଏଭଳି କ୍ଷେତ୍ରରେ ଯଦି ମେ ୧୫ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଏ ତା’ହେଲେ ରୋଗୀଙ୍କ ସଂଖ୍ୟା ଶୂନରେ ପହଞ୍ଚତ୍ବା ପାଇଁ ସେପ୍ଟେମ୍ବର ୧୫ ଯାଏ ଅପେକ୍ଷା କରିବାକୁ ପଡ଼ିବ। ଦ୍ୱିତୀୟରେ, ଯଦି ଲକ୍‌ଡାଉନ୍‌ ଅବଧି ମେ ୩୦ ଯାଏ ବୃଦ୍ଧି କରାଯିବ ତା’ହେଲେ ଜୁନ୍‌ ମଧ୍ୟଭାଗ ସୁଦ୍ଧା ରୋଗୀଙ୍କ ସଂଖ୍ୟା ଶୂନକୁ ଖସିପାରେ।

Related posts

ଆଗାମୀ ଫିଲ୍ମର ଘୋଷଣା କଲେ ପ୍ରଭାସ

mahabharatanews

ଏଲଓସିରେ ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣ ବିଫଳ

mahabharatanews

ଚନ୍ଦ୍ରଯାନ-୩ ଟିମ୍ ରେ ରହିବେନି ବନିତା

mahabharatanews