Uncategorized

ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବଙ୍କୁ ଆକ୍ରମଣ

ମୁମ୍ବାଇ: ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ଆକ୍ରମଣ ହେବା ନେଇ ଆଜି ଏନଏମ ଯୋଶୀ ମାର୍ଗ ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣକାରୀ କଂଗ୍ରେସ ସଦସ୍ୟ ଥିôବା ଅଭିଯୋଗରେ ଦର୍ଶା ଯାଇଛି । ବୁଧବାର ରାତିରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀ ଷ୍ଟୁଡିଓରୁ ଫେରିବା ସମୟରେ ରାତି ପ୍ରାୟ ୧ଟାରେ ଦୁଇ ଜଣ ଯୁବକ ବାଇକରେ ଆସି ସେମାନଙ୍କ କାର ଉପରେ ଆକ୍ରମଣ କରିଥିଲେ।

ଅର୍ଣ୍ଣବ ଓ ତାଙ୍କ ପତ୍ନୀ କାରରେ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ ସେମାନଙ୍କ କାର ଆଗରେ ବାଇକଟିକୁ ରଖି ଦେଇଥିଲେ। ଏହାପରେ ସେମାନେ କାର ଉପରକୁ କାଳି ମାଡ଼ କରି ଖସି ଯିବାକୁ ଚେଷ୍ଟା କରୁଥିଲେ। ତେବେ ଏହି ଦୁଇ ଜଣଙ୍କୁ ଅର୍ଣ୍ଣବଙ୍କ ସୁରକ୍ଷାକର୍ମୀମାନେ ଧରି ନେଇଥିଲେ। ଘଟଣାଟି ତାଙ୍କ ଘରଠାରୁ ମାତ୍ର କିଛି ମିଟର ଦୂର କାନପାତରାଓ କଦମ ମାର୍ଗରେ ଘଟିଛି। ଘଟଣା ସମ୍ପର୍କରେ ଖବର ପାଇ ଅଧିକାରୀମାନେ ସ୍ପଟରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ଅର୍ଣ୍ଣବ ମଧ୍ୟ ଏହି ଆକ୍ରମଣ ବିରୋଧରେ ପୁଲିସ୍‌ ଷ୍ଟେସନରେ ଏଫଆଇଆର ରୁଜୁ କରିଛନ୍ତି। ଏଫଆଇଆରରେ ସେ ଆକ୍ରମଣକାରୀଙ୍କୁ ଯୁବ କଂଗ୍ରେସର ସଦସ୍ୟ ବୋଲି କହିଛନ୍ତି।

ଘଟଣା ପାଇଁ ଅର୍ଣ୍ଣବ ଟ୍ୱିଟ କରି କଂଗ୍ରେସକୁ ଦାୟୀ କହିଛନ୍ତି। ଏଥିସହ ସେ ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ମୋତେ ଆକ୍ରମଣ କରାଯାଇଛି। ତେବେ ସୌଭାଗ୍ୟବଶତଃ ମୁଁ ଅଳ୍ପକେ ବର୍ତ୍ତି ଯାଇଛି। ମୋର ଆଶା ଆକ୍ରମଣକାରୀ ଓ ସେମାନଙ୍କୁ ପଠାଇଥିବା ଲୋକଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ପାଲଘର ଠାରେ ୩ ସାଧୁଙ୍କୁ ପଟିପିଟି ହତ୍ୟା କରିବା ଘଟଣା ପାଇଁ ଅର୍ଣ୍ଣବ କଂଗ୍ରେସକୁ ଦାୟୀ କରିଥିଲେ। ଏପରି କି ନିଜ ଟିଭି ଚ୍ୟାନେଲରେ ସେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ। ସେ କହିଥିଲେ ଯଦି ଜଣେ ମୌଲବୀ ଏବେ ହତ୍ୟାର ଶିକାର ହୋଇଥାଆନ୍ତେ, ତା’ହେଲେ କ’ଣ ଇଟାଲୀୱାଲି ସୋନିଆ ଗାନ୍ଧୀ ଚୁପ ରହିଥାଆନ୍ତେ?” ଏଥିପାଇଁ ଗତକାଲି କଂଗ୍ରେସ ପକ୍ଷରୁ ଅର୍ଣ୍ଣବଙ୍କ ନାଁରେ ଦୁଇଟି ଏଫଆଇଆର ରୁଜୁ କରାଯାଇଥିଲା।

Related posts

ବ୍ୟାଙ୍କିଂ ନିୟନ୍ତ୍ରଣ ସଂଶୋଧନ ଅଧ୍ୟାଦେଶ ୨୦୨୦ ଜାରି

mahabharatanews

ଆଇଏନଏସ ବିକ୍ରମାଦିତ୍ୟ ଉପରେ ଏଲସିଏ ନେଭିର ସଫଳ ଅବତରଣ

mahabharatanews

ଅନୁପ୍ରବେଶକାରୀଙ୍କ ଠିକଣା ଦେବା ପାଇଁ ଶିବସେନାର ପୋଷ୍ଟର

mahabharatanews