ଓଡିଶା

୨୦ଜଣ ସରପଞ୍ଚଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

(ବିଜୟ କୁମାର ଧାରୁଆ/ ପାଟଣା): କେନ୍ଦୁଝରଜିଲ୍ଲା ପାଟଣାବ୍ଲକର ୨୦ ଜଣ ସରପଞ୍ଚ ବୁଧବାର ବ୍ଲକ ଭିସି କକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସିଧାସଳଖ କଥା ହୋଇଛନ୍ତି । ଏହି ଭିଡିଓ କନଫରେସିଂରେ କରୋନା ଭାଇରସକୁ କିପରି ଗାଁ ଗୁଡିକରୁ ଦୂରେଇ ରଖି ହେବ ସେ ନେଇ ଆଲୋଚନା ହୋଇଥିଲା । ଏଥିସହ ନିଜ ଅଞ୍ଚଳରୁ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଫସିଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ, ସେମାନଙ୍କୁ ନିଜ ପଞ୍ଚାୟତରେ କ୍ୱାରେଣ୍ଟାଇନ୍ରେ ରଖିବା, ସେମାନଙ୍କ ଚିକିତ୍ସା, ଖାଇବା ପିଇବା ସୁବିଧା କରିବା ଓ ୧୪ ଦିନ କ୍ୱାରାଣ୍ଟାଇନ୍ ଅବଧି ସମ୍ପୂର୍ଣ୍ଣ କରିଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ରାଶି ୨ ହଜାର ଟଙ୍କା ଯୋଗାଇ ଦେବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ଏହି କାର୍ୟ୍ୟକ୍ରମରେ ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ ଓ ଜିପିଓ ରଶ୍ମୀରେଖା ମହାନ୍ତି ଉପସ୍ଥିତ ଥିଲେ।

Related posts

ସରପଞ୍ଚ ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

mahabharatanews

ଆରମ୍ଭ ହେଲା ପ୍ରବାସୀ ଭାରତୀୟଙ୍କ ଘର ବାହୁଡା ପାଇଁ ବନ୍ଦେ ଭାରତ ମିଶନ

mahabharatanews

ଆକ୍ସନ ମୋଡରେ ସରକାର, ଶଙ୍ଖ ଭବନର ହେବ ତଦନ୍ତ

mahabharatanews