ଅପରାଧଓଡିଶା

ବେଆଇନ ମଦ କାରଖାନା ଠାବ,କଞ୍ଚାମାଲ ଜବତ

(ଓମପ୍ରକାଶ ମିଶ୍ର/ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ମଝି ଫପସି ଗ୍ରାମ ଜଙ୍ଗଲରେ ଆଜି ସକାଳୁ ସୋନପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରଖାନା ଉପରେ ଚଢଉ କରାଯାଇ ୧୨୦ କୁଇଣ୍ଟାଲ ୩୨୦୦ କେଜି ପୋଚ ଜବତ କରାଯାଇଛି । ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି ସକାଳୁ ଅବକାରୀ ବିଭାଗର ଏକ ଟିମ ଫପସି ଗ୍ରାମ ନିକଟରେ ଥିବା ଜଙ୍ଗଲ ଭିତରକୁ ଯାଇଥିଲେ । ସେଠାରେ ବେଆଇନ ଭାବେ ମଦ ରନ୍ଧାଯାଉଥିବା ଦେଖି ସେ ଚଢାଉ କରିଥିଲେ । ଦୀର୍ଘ ଦିନ ହେବ ଏହି ଅଂଚଳରେ ବେଆଇନ ଭାବେ ଜଙ୍ଗଲ ଭିତରେ ମହୁଲି ମଦ ରନ୍ଧା ଯାଉଥିବା ବେଳେ ଅବକାରୀ ବିଭାଗର ହଠାତ ଚଢଉରେ ଏହି ସବୁ ବେଆଇନ ଜିନିଷ ପଦାକୁ ଆସି ପାରିଛି । ଅବକାରୀ ବିଭାଗର ଚଢଉ ଜାଣି ଏହି କାରବାରରେ ସାମିଲ ଥିବା ଲୋକମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଜିଲ୍ଲା ଅବକାରୀ ବିଭାଗର ଇନିସ୍ପେକ୍ଟର ପ୍ରଶାନ୍ତ କୁମାର କହଁର ଙ୍କ ନେତ୍ବତ୍ବରେ ଏକ ଟିମ ଗଠନ କରି ଏହି ଚଢାଉ କରିଥିଲେ ।

Related posts

ମାଓବାଦୀ ସେଣ୍ଟ୍ରାଲ କ୍ୟାଡ଼ର ବିଜୟ ଏବଂ ମାଓବାଦୀ DVCM କ୍ୟାଡ଼ର ଲୋକେଶ ସଲାମେ ନିହତ

mahabharatanews

ଓଡିଆ ଘରର ଠାଣୀ, ଓଡିଆ ଘରର କାହାଣୀ, ଓଡିଆଙ୍କୁ ପସନ୍ଦ ମାଛ ତରକାରୀ

mahabharatanews

 ୮ ଯାଏ ଚାଲିବ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା

mahabharatanews