Uncategorized

ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟର, ୩ ଆତଙ୍କୀ ନିହତ

ଜାମ୍ମୁ: ବିଶ୍ୱ ମହାମାରୀ ମଧ୍ୟରେ ଦେଶର ସୀମାନ୍ତରେ କିନ୍ତୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଜାରି ରହିଥିବା ବେଳେ ଭାରତୀୟ ସେନା ପକ୍ଷରୁ ସେମାନଙ୍କ ବିରୋଧରେ ଅପରେଶନ ଜାରି ରହିଛି । ଦକ୍ଷିଣ କାଶ୍ମୀରର କୁଲଗାମ ଜିଲା ଅନ୍ତର୍ଗତ କାଜିଗୁଣ୍ଡରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସମ୍ପୃକ୍ତ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

ଲୋଅର ମୁଣ୍ଡା ଅଞ୍ଚଳରେ କିଛି ଆତଙ୍କବାଦୀ ସକ୍ରିୟ ଥିବା ଜଣେ ପୁଲିସ ସୂଚନା ପାଇଥିଲା । ଏହା ପରେ ସେନାର ୧୯ ଆରଆର, ଏସଓଜି ଏବଂ ସିଆରପିଏଫର ମିଳିତ ଟିମ୍‌ ସୋମବାର ସକାଳେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଯେଉଁ ଅଞ୍ଚଳରେ ଆତଙ୍କୀମାନେ ଲୁଚି ରହିଥିଲେ ସେହି ଅଞ୍ଚଳକୁ ଯବାନମାନେ ଘେରି ଯାଇଥିଲେ। ଏହା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା।

Related posts

‘ଚଟାଣରେ ଭୂତାଣୁ ଅଧିକ ସମୟ ରହିଥାଏ’

mahabharatanews

କରୋନା ଆତଙ୍କ ଚୀନ ବାହାରେ ୧ ମୃତ୍ୟୁ: ୧୪,୫୬୨ ସଂକ୍ରମିତ

mahabharatanews

ଜମ୍ମୁକାଶ୍ମୀରରେ ଭୁକମ୍ପ ଝଟକା

mahabharatanews