Uncategorized

କରୋନାର ଉତ୍ପତ୍ତିସ୍ଥଳରୁ ନଅଟକାଇବାରୁ ୧୮୪ ଦେଶକୁ ବ୍ୟାପିଲା

(ୱାଶିଂଟନ): କୋଭିଡ୍-୧୯ର ଉତ୍ପତ୍ତିସ୍ଥଳରୁନ ଅଟକା ଯିବାରୁ ଏବେ ୧୮୪ଟି ଦେଶ ‘ନରକ ଯନ୍ତ୍ରଣା’ ଭୋଗୁଛନ୍ତି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ ଚୀନ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି।

ମଙ୍ଗଳବାର ଦିନ ହ୍ବାଇଟ୍ ହାଉସ୍ରେ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଛନ୍ତି, କରୋନା ଭାଇରସ୍ ୧୮୪ଟି ଦେଶରେ ଥିବା କଥା ମୁଁ ସବୁବେଳେ କହୁଥିବା ଶୁଣୁଥିବେ। ଏ କଥା ସହଜରେ ବଶ୍ବାସ କରି ହେଉନାହିଁ। ଏଇଟା ଅକଳ୍ପନୀୟ। ଉତ୍ପତ୍ତିସ୍ଥଳ ଚୀନ୍ରୁ ଏହାକୁ ଅଟକାଯିବା ଉଚିତ ଥିଲା। ଉତ୍ପତ୍ତିସ୍ଥଳରୁ ହିଁ ଏହାକୁ ଅଟକାଇବା ଉଚିତ ଥିଲା, କିନ୍ତୁ ଅଟକା ଗଲାନାହିଁ। ତେଣୁ ଏବେ ୧୮୪ଟି ଦେଶ ଦୁର୍ଦ୍ଦଶା ଭୋଗୁଛନ୍ତି।ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍ ଓ ଜର୍ମାନିର ନେତାମାନେ ମଧ୍ୟ କହୁଛନ୍ତି ଯେ ପ୍ରାରମ୍ଭିକ ପର୍ୟ୍ୟାୟରେ ଚୀନ୍ ଏହି ଭୂତାଣୁ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ ମୃତ୍ୟୁ ଓ ଜାଗତିକ ଅର୍ଥନୀତି କ୍ଷୟକୁ ଏଡ଼ାଇ ଦିଆଯାଇ ପାରିଥାଆନ୍ତା। ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାରେ କରୋନାଭାଇରସ୍ ସଂକ୍ରମଣ ବ୍ୟାପକ ହୋଇଥିବାରୁ ଆମେରିକୀୟ ସାଂସଦମାନେ ଟ୍ରମ୍ପ୍ଙ୍କ ଉପରେ ଚାପ ପକାଇ କହୁଛନ୍ତି କି, ଆମେରିକା ବେଜିଙ୍ଗ୍ ଉପରୁ ନିର୍ଭରଶୀଳତା ହ୍ରାସ କରୁ ଏବଂ ଚୀନ୍ ଠାରୁ କ୍ଷତିପୂରଣ ଦାବି କରୁ। ଏଠାରେ ପ୍ରକାଶଯୋଗ୍ୟ ଯେ, ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରିବା ନିମନ୍ତେ ଆବଶ୍ୟକ ବିରଳ ମୃତ୍ତିକା ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ନିମନ୍ତେ ଆମେରିକା ଚୀନ୍ ଉପରେ ନିର୍ଭରଶୀଳ। କିନ୍ତୁ, ସେସବୁ ସ୍ବଦେଶରୁ ସଂଗ୍ରହ କରାଯାଉ ବୋଲି ସିନେଟର୍ ଟେଡ୍ କ୍ରୁଜ୍ ଏବଂ ତାଙ୍କ ସହକର୍ମୀମାନେ ଦାବି କରିଛନ୍ତି।

Related posts

ଏହି ସବୁ ଷ୍ଟ୍ରିଟ ଫୁଡ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ…

mahabharatanews

ମୌନୀ ଅମାବାସ୍ୟାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସଂଗମରେ ବୁଡ

mahabharatanews

ଜୀବନ୍ତ ପୋତି ଦେଇଥିଲେ ଦୁର୍ବୃତ୍ତ, ଜୀବନ ବଞ୍ଚାଇଦେଲା କୁକୁର

mahabharatanews