ଓଡିଶା

ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରୁଛି ଅଟୋ ଡ୍ରାଇଭର ସଂଘ

(ଓମ ପ୍ରକାଶ ମିଶ୍ର, ସୋନପୁର ) : ଜୀବିକା ପାଇଁ ଜିଲ୍ଲାପାଳ ଙ୍କୁ ଗୁହାରି କଲା ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ର ଖାରି ପଞ୍ଚାୟତ ର ଅଟୋ ଚାଳକ ସଂଘ ।ମହାମାରୀ କରୋନା ପାଇଁ ସବୁକିଛି ରହିଛି ବନ୍ଦ।ନା ଚାଲୁଛି ଗାଡି ମୋଟର ନା ଚାଲୁଛି ଦୋକାନ ବଜାର।ଏପରି ସ୍ଥିତିରେ ସୋନପୁର ବ୍ଳକ ର ଖାରି ପଞ୍ଚାୟତ ଅଟୋ ଚାଳକ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖରେ ଦୈନନ୍ଦିନ ଜୀବନ ଜିବିକା ପାଇଁ ଦାବି କରୁଛନ୍ତି । ଅଟୋ ଚାଳକ ସଂଘ ର ସଭାପତି ଉମେଶ ଚନ୍ଦ୍ର ନାଗ ଙ୍କ ନେତୄତ୍ୱରେ ଜିଲ୍ଲାପାଳ ଙ୍କ କାଯ୍ୟାଳୟ କୁ ଆସି ଅଟୋ ଡ୍ରାଇଭର ମାନେ ଅତିରିକ୍ତ ଜିଲ୍ଲାପାଳ ସରତ ଚନ୍ଦ୍ର ପଣ୍ଡା ଙ୍କୁ ସାକ୍ଷାତ କରି ନିଜ ଦାବି ପତ୍ର ।ପ୍ରଦାନ କରିଥିଲେ କ୍ଷ ଏବେ ଅଟୋ ଗୁଡିକ ବନ୍ଦ ଥିବାରୁ ଅଟୋ ଡାଇଭର ମାନଙ୍କ ଜୀବନ ଜିବିକା ସଙ୍କଟରେ ପଡିଛି।ଫଳରେ ଅଟୋ ଡ୍ରାଇଭର ମାନଙ୍କ ପରିବାର ର ଅର୍ଥ ଅଭାବ ଦେଖିବାକୁ ମିଳୁଛି।ଦ୍ୱିତୀୟ ପର୍ୟ୍ୟାୟରେ ଲକ୍ ଡାଉନ୍ ଆରମ୍ଭ ହୋଇଥିବା ବେଳେ ଅଟୋ ଡ୍ରାଇଭର ମାନଙ୍କ ଦୁଖ ଦୁଇଗୁଣିତ ହୋଇଯାଇଛି।ତେବେ ଏହି ଆର୍ଥିକ ସଙ୍କଟ ରୁ ରକ୍ଷା ପାଇବା ପାଇଁ ଅଟୋ ଡ୍ରାଇଭର ସଂଘ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରିଛି।

Related posts

ନୂତନ ଆମ୍ବୁଲାନସ ଲୋକାର୍ପିତ

mahabharatanews

କଡ଼ାକଡ଼ି ଟ୍ରାଫିକ ବ୍ୟବସ୍ଥା; ନିୟମ ଭାଙ୍ଗିଲେ ସିଧାସଳଖ କୋର୍ଟଚାଲାଣ

mahabharatanews

୩୧ ପର୍ୟ୍ୟନ୍ତ ସବୁ ସରକାରୀ ଅଫିସକୁ ଜନସାଧାରଣଙ୍କୁ ମନା: ଜିଲ୍ଲାପାଳ

mahabharatanews