ଓଡିଶା

୩୧ ପର୍ୟ୍ୟନ୍ତ ସବୁ ସରକାରୀ ଅଫିସକୁ ଜନସାଧାରଣଙ୍କୁ ମନା: ଜିଲ୍ଲାପାଳ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି। ଏହି ପରିପ୍ରେକ୍ଷୀରେ ଚଳିତ ମାସ ୩୧ ତାରିଖ ପର୍ୟ୍ୟନ୍ତ ଜିଲାର ସରକାରୀ ଅଫିସ୍କୁ ଜନସାଧାରଣଙ୍କୁ ଯିବା ପାଇଁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ମଙ୍ଗଳବାର ଏକ ଭିଡିଓ ବାର୍ତ୍ତରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।
ପ୍ରକାଶଯୋଗ୍ୟ, ପୂର୍ବରୁ ମଧ୍ୟ ୧୦ଦିନ ପାଇଁ ଜନସାଧାରଣଙ୍କୁ ସରକାରୀ ଅଫିସକୁ ବାରଣ ହୋଇଥିଲା। ଛତ୍ରପୁରସ୍ଥିତ ଜିଲାପାଳ ଓ ଡିଆର୍ଡିଏ ଅଫିସର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛନ୍ତି। ଜନ ସାଧାରଣ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ସତର୍କତା ଅବଲମ୍ବନ କଲେ କରୋନା ଠାରୁ ବିଜୟ ହାସଲ କରିହେବ ବୋଲି ଜିଲାପାଳ ଜଣାଇଛନ୍ତି। ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ନିମନ୍ତେ ଘରୁ ବାହାରକୁ ଗଲା ବେଳେ ମାସ୍କ ପିନ୍ଧିବା ଓ ସମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମଦ ଦୋକାନଗଡିକ, ଜାରି ହୋଇଥିବା ନିୟମ ପାଳନ ନ କଲେ ୧୦ ହଜାର ଟଙ୍କା ଜରିମାନା ଓ ଉକ୍ତ ଦୋକାନକୁ ୭ଦିନ ପାଇଁ ସିଲ କରାଯିବ। ଦ୍ୱିତୀୟଥର ପାଇଁ ନିୟମ ଉଲ୍ଲଂଘନ କଲେ ଏକ ମାସ ଦୋକାନ ସିଲ ସହ ଥାନାରେ ଦୋକାନୀଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସହରାଞ୍ଚଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଧୀକୃତ ସ୍ଥାନରେ କେବଳ ମାଛ, ମାଂସ ବିକ୍ରି କରାଯାଇ ପାରିବ। ଏହି ନିୟମ ଖିଲାପ କଲେ ସାମଗ୍ରୀ ଜବତ ହେବା ସହ ୧ହଜାର ଟଙ୍କା ଜରିମାନା କରାଯିବ। ବ୍ୟାଙ୍କଗୁଡ଼ିକ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ଖୋଲା ରହିବାକୁ ଥିବାବେଳେ ଗ୍ରାହକଙ୍କ ପାଇଁ ୮ଟାରୁ ଅପରାହ୍ନ ୧ଟା ପର୍ୟ୍ୟନ୍ତ ଖୋଲା ରହିବ। କେବଳ ୧୬ ପର୍ୟ୍ୟନ୍ତ ଏହି ଗାଇଡଲାଇନ ପାଳନ ହେବ। ବୟସ୍କ, ମଧୁମେହ ଆକ୍ରାନ୍ତ ବ୍ୟକ୍ତି, ରକ୍ତଚାପ ଜନୀତ ଚିକିତ୍ସିତ ହେଉଥିବା ବ୍ୟକ୍ତି, କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତି ବିଶେଷଙ୍କୁ ନିଜ ଘର ଛାଡି କୌଣସିମତେ ବାହାରକୁ ଯିବାପାଇଁ ବାରଣ କହିଛନ୍ତି

Related posts

ପ୍ରଥମେ ତାଳଧ୍ୱଜ ପରେ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼

mahabharatanews

ଭିଡିଓ କନଫରେନ୍ସିଂରେ ଆଠଗଡ ବସଷ୍ଟାଣ୍ଡର ନୂତନ ଭିତ୍ତିପ୍ରସ୍ତର ସ୍ଥାପନ

mahabharatanews

ଆଉ ୨ଦିନ ଘନ କୁହୁଡ଼ି

mahabharatanews