ଓଡିଶା

ସ୍ୟାଣ୍ଡ ଆନିମେସନ ରେ ଋଷି କପୁରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

(ଗୋପ, ଜୟନ୍ତ କୁମାର ସେଠୀ ): ବଲିଉଡର ମହାନ କଳାକାର ଋଷି କପୁରଙ୍କ ଦେହାନ୍ତକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଏହି ମହାନ କଳାକାରଙ୍କ କିଛି ସୁପର ହିଟ ଓ ଚର୍ଚ୍ଚିତ ଫିଲ୍ମ ବବି , କୁଲି ,ଚାନ୍ଦନୀ , ସରଗମ , ପ୍ରେମ ରୋଗ ଆଦି ଫିଲ୍ମ କାହାଣୀକୁ ମନେ ପକାଇ ଋଷିଙ୍କୁ ଝୁରୁ ଛନ୍ତି। ତେବେ ଋଷି ଙ୍କ ବିୟୋଗ କୁ ନେଇ ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ ସାହୁ ଏକ ସ୍ୟାଣ୍ଡ ଆନିମେସନ ତିଆରି କରି ଋଷିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇ ଛନ୍ତି। ସ୍ୟାଣ୍ଡ ଆନିମେସନ ରେ ଋଷି କପୁରଙ୍କୁ ସ୍ଥାନ ଦେବା ସହ ତାଙ୍କର କିଛି ସୁପରହିଟ ଫିଲ୍ମକୁ ମଧ୍ୟ ସେ ମନେ ପକାଇଛନ୍ତି।

Related posts

ଦେଓଗାଁ ଚିନିକଳକୁ ନେଇ ବିଜେପି ତରଫରୁ ବିକ୍ଷୋଭ

mahabharatanews

ଅଞ୍ଚଳଗୁମ୍ମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

mahabharatanews

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ 2025- 2026

mahabharatanews