ଓଡିଶା

ଉଦଳା ନିର୍ବାଚନ ମଣ୍ଡଳୀର ସେବା ସଂକଳ୍ପ ଅଭିଯାନ

ସାରା ଦେଶରେ ପାଳିତ ହେଉଥିବା ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ଆଜି ଉଦଳା ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଉଦଳା ସ୍ଥିତ ସ୍ନେହା ତୁଳସୀ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ଉଦଳା ବିଧାୟକ ଭାସ୍କର ମଢେଇ ଏବଂ ଜିଲ୍ଲା ବିଜେପି ସଭାପତି (ପୂର୍ବ) ନିହାର ମୋଦି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ଜନସେବା ଓ ମାନବିକତାର ବାର୍ତ୍ତା ପ୍ରସାର କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା l

ନିର୍ବାଚନମଣ୍ଡଳୀର ସାତଟି ମଣ୍ଡଳର ସଭାପତିଙ୍କ ସମେତ ପ୍ରତ୍ୟେକ ମଣ୍ଡଳର ଯୁବମୋର୍ଚ୍ଚା ସଭାପତି ଙ୍କ ସମେତ ସମସ୍ତ ମୋର୍ଚା ର କାର୍ଯକର୍ତ୍ତା ଯୋଗଦେଇଥିଲେ। ଏହି ମେଗା ରକ୍ତଦାନ ଶିବିର ମାଧ୍ୟମରେ ସମାଜସେବା ଓ ମାନବ କଲ୍ୟାଣର ଏକ ସୁନ୍ଦର ବାର୍ତ୍ତା ପ୍ରସାରିତ ହୋଇଥିବା ବେଳେ ଏଭଳି ଜନହିତକର କାର୍ଯ୍ୟକ୍ରମ ସମାଜରେ ରକ୍ତଦାନ ପ୍ରତି ସଚେତନତା ବୃଦ୍ଧି କରିବାରେ ସହାୟକ ହେବ ବୋଲି ବିଜେପି ଜିଲ୍ଲା ସଭାପତି ନିହାର ମୋଦି କହିଛନ୍ତି l

Related posts

 ବିସ୍ଫୋରଣରେ ଜଣେ ମୃତ, ଜଣେ ନିଖୋଜ

mahabharatanews

ସରିଲା ଖାତା ଦେଖା, ୧୬ରେ ପରୀକ୍ଷା ଫଳ

mahabharatanews

ବଡଦିନ ଓ ନୂଆ ବର୍ଷ ପାଇଁ କମିଶନରେଟ ପୋଲିସ ତରଫରୁ ପଦକ୍ଷେପ 

mahabharatanews