ଓଡିଶା

ସହାୟତା ଦାବି କଲେ ବାରିକ ସଂଘ

(ଟୁକୁନା ଖରା, ନବରଙ୍ଗପୁର): କୋଭିଡି-୧୯ ପାଇଁ ସାରା ଦେଶ ଏବେ ଲକଡାଉନରେ ରହିଛି । ଏହି ଲକଡାଉନ ସମୟରେ କେହି ଘରୁ ବାହାରକୁ ପାଦ କାଢ଼ିପାରୁନାହଁନ୍ତି । ତେଣୁ ଗୁଜରାଣ ମେଣ୍ଟାଇବା ସମ୍ଭବପର ହେଉନାହିଁ । ଫଳରେ ପରିବାର ପ୍ରତିପୋଷଣ କଷ୍ଟକର ହେଉଛି । ଲକ ଡାଉନ ଯୋଗୁଁ ମାସେ ହେବ ନବରଙ୍ଗପୁର ସହରର ସେଲୁନ ଦୋକାନ ବନ୍ଦ ରହିଛି ଫଳରେ ନବରଙ୍ଗପୁର ସହରର ପ୍ରାୟ ୬୦ଗୋଟି ବାରିକ ପରିବାର ଜୀବିକା ହରାଇଛନ୍ତି । ନବରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ସେଲୁନ ଦୋକାନ ଖୋଲି ରଜଗାର କରି ପରିବାର ଚଳାଉଥିଲେ ଏହି ପରିବାର । କିନ୍ତୁ ମହାମାରୀ କରୋନା କଟକଣା ଯୋଗୁ ମାସେ ହେବ ସେଲୁନ ଦୋକାନ ବନ୍ଦ ରହିଛି ଯାହା ଫଳରେ ପରିବାର ପ୍ରତିପୋଷଣ ଶୋଚନନୀୟ ହୋଇପଡିଛି । ଏ ନେଇ ଆଜି ବାରିକ ସଂଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

Related posts

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଭାରତୀୟ ଭାଷା ଦିବସ ପାଳନ

mahabharatanews

ଗାଡି ଧକ୍କାରେ ପର୍ଯ୍ୟଟକ ଗୁରୁତର

mahabharatanews

ବାୟୂ ପ୍ରଦୂଷଣ: ଦିଲ୍ଲୀକୁ ମାତ ଦେଲା ଓଡ଼ିଶା 

mahabharatanews