Uncategorized

ଦେଶରେ କରୋନ ମୃତ୍ୟୁ ୧୨ଶହ ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ଶନିବାର ସକାଳ ୮ଟା ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା ୧୨୦୦ ଅତିକ୍ରମ କରିଛି। ଏହି ମହାମାରୀ ଭୂତାଣୁ ଯୋଗୁ ମୋଟ ୩୭ ହଜାର ୩୩୬ ଜଣ ସଂକ୍ରମିତ ହରାଇଥିବାବେଳେ ୧୨୧୮ ଜଣଙ୍କ ମୃତ୍ୟୁ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ହଜାର ୧୬୭ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ଓ ୯୯୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୭୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁରେ ମହାରାଷ୍ଟ୍ର ଆଗରେ ରହିଛି । ଆଜି ସକାଳ ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ଏବେ ସୁଦ୍ଧା ୧୧ ହଜାର ୫୦୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୮୫ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଗୁଜରାଟରେ ୨ୟ ସର୍ବାଧିକ ୪୭୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୩୬ ଜଣ ପ୍ରାଣ ହରାଇଛନ୍ତି। ମଧ୍ୟପ୍ରଦେଶରେ ୨୭୧୫ ଆକ୍ରାନ୍ତ ଓ ୧୪୫ ମୃତ, ରାଜସ୍ଥାନରେ ୨୬୬୬ ଆକ୍ରାନ୍ତ ଓ ୬୨ ମୃତ, ରାଜଧାନୀ ନୂଆଦିଲ୍ଲୀରେ ୩୭୩୮ ଜଣ ଆକ୍ରାନ୍ତ ଓ ୬୧ ମୃତ, ତାମିଲନାଡୁରେ ୨୫୨୬ ସଂକ୍ରମିତ ଓ ୨୮ ମୃତ, ଉତ୍ତରପ୍ରଦେଶରେ ୨୩୨୮ ଆକ୍ରାନ୍ତ ଏବଂ ୪୨ ଜଣ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ଆନ୍ଧ୍ରପ୍ରଦେଶରେ ୧୪୬୩, ତେଲେଙ୍ଗାନାରେ ୧୦୪୪, ପଶ୍ଚିମବଙ୍ଗରେ ୭୯୫, ଜାମ୍ମୁ-କାଶ୍ମୀରରେ ୬୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts

ପ୍ରୟାଗରାଜ ବୈଦ୍ୟୁତିକ ଉପକରଣ ବଜାରରେ ଅଗ୍ନିକାଣ୍ଡ

mahabharatanews

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ କରୋନା

mahabharatanews

ଆମେରିକୀୟ ନୌସେନାର ଦକ୍ଷିଣ ଚାଇନା ସାଗରରେ ସମରାଭ୍ୟାସ

mahabharatanews