Uncategorized

ସିଣ୍ଡୋଲ ଗାଁରେ ରକ୍ତଦାନ ଶିବିର ଅନୁଷ୍ଠିତ

(ଓମପ୍ରକାଶ ମିଶ୍ର/ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକର ସିଣ୍ଢୋଲ ଗ୍ରାମରେ ଏକ ସ୍କୁଲ ପରିସରରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୋନପୁରର ନେହେରୁ ଯୁବ କେନ୍ଦ୍ର ଦ୍ୱାରା ଆୟୋଜିତ ଏହି ରକ୍ତଦାନ ଶିବିରକୁ ଗାଁ କଲ୍ୟାଣ ସମିତି ପକ୍ଷରୁ ପରିଚାଳନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସିଣ୍ଡୋଲ ସରପଞ୍ଚ ଚିନ୍ମୟୀ ମେହେର ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ଆଖପାଖ ଅଞ୍ଚଳର ୩୦ ଜଣ ସ୍ୱେଚ୍ଛାସେବୀ ଯୋଗଦେଇ ରକ୍ତଦାନ କରିଥିଲେ। ଏହି ଅବସରରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସୋନପୁର ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର କର୍ମଚାରୀ ମାନେ ଆସି ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Related posts

ସିଏଏକୁ ନେଇ ବିହୁ ଫିକା

mahabharatanews

ବଙ୍କରରେ ଲୁଚିଲେ ଟ୍ରମ୍ପ

mahabharatanews

ସେନା ଗୁଳିରେ କୁଖ୍ୟାତ ଆତଙ୍କୀ ଆଦିଲ ନିହତ

mahabharatanews